International Adviser
କଟକ : ଲାଞ୍ଚ ଗ୍ରହଣ ଅଭିଯୋଗ ସଂପର୍କିତ ମାମଲାରେ ଯାଜପୁର ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ (କାର୍ଡ) ବ୍ୟାଙ୍କର ପୂର୍ବତନ କାର୍ଯ୍ୟନିର୍ବାହୀ ସଂପାଦକ (ଇନ୍-ଚାର୍ଜ ସେକ୍ରେଟାରି) ବିଜୟ କୁମାର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମାମଲାର ଶୁଣାଣି କରି ଶ୍ରୀ ବେହେରାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଡି) ଓ ଧାରା ୭ରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଅର୍ଥ ନ ଦେଲେ ତାଙ୍କୁ ୩ ମାସ ଅଧିକ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।
ଶ୍ରୀ ବେହେରା ସଂପାଦକ ଦାୟିତ୍ବରେ ଥିବା ବେଳେ ଜଣେ କର୍ମଚାରୀଙ୍କୁ ୫୦ ହଜାର ଟଙ୍କାର ଅଂଶଦାୟୀ ଭବିଷ୍ୟନିଧି ପାଣ୍ଠି (ସିପିଏଫ୍) ପ୍ରଦାନ ପାଇଁ ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିଲେ।
Follow Us