ଛେଳି ଚରାଉଛନ୍ତି ପ୍ରାକ୍ତନ ମହିଳା ସରପଞ୍ଚ; ଗେହ୍ଲା ଏବେ ଏକୁଟିଆ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ

ଛେଳି ଚରାଉଛନ୍ତି ପ୍ରାକ୍ତନ ମହିଳା ସରପଞ୍ଚ; ଗେହ୍ଲା ଏବେ ଏକୁଟିଆ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ

ରଗଡ଼ି : ଦିନେ ସେ ଲୋକଙ୍କ ପାଇଁ ଆବାସ, ଭତ୍ତା ବ୍ୟବସ୍ଥା କରୁଥିଲେ। ପଞ୍ଚାୟତର ଉନ୍ନୟନ କାମ ତାଙ୍କରି ନିର୍ଦ୍ଦେଶରେ ହେଉଥିଲା। ଏବେ କିନ୍ତୁ ସେ ପେଟ ପୋଷିବା ପାଇଁ ଛେଳି ଚରାଉଛନ୍ତି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗେହ୍ଲା ନାଏକ ବର୍ତ୍ତମାନ ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି।

ଗେହ୍ଲା ୨୦୧୨ରେ ଅନ୍ଧାରୀ ପଞ୍ଚାୟତର ସରପଞ୍ଚ ରୂପେ ନିର୍ବାଚିତ ହୋଇ ୨୦୧୭ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ସରପଞ୍ଚ ଥିବାସମୟରେ ସେ ପଞ୍ଚାୟତର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟ  କରିବା ସହିତ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାରେ ଆଗୁଆ ଥିଲେ। ଆବାସ‌ ଯୋଜନାରେ ଲୋକଙ୍କୁ ଘର ଯୋଗାଇବାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କୁ ଭତ୍ତା, ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଯୋଗାଇବାରେ କାର୍ପଣ୍ୟ କରି ନଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତର ବହୁ ହିତାଧିକାରୀ ତାଙ୍କ ସମୟରେ ଉପକୃତ ହୋଇଥିଲେ ହେଁ ସେ ନିଜେ କିନ୍ତୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପାଇପାରି ନାହାନ୍ତି କିମ୍ବା ଆର୍ଥିକ ଯୋଜନାରେ ତାଙ୍କୁ ଘରଖ‌ଣ୍ଡେ ମିଳିନାହିଁ।

ଏ ସମ୍ପର୍କରେ ଗେହ୍ଲା କହିଛନ୍ତି ଯେ ସ୍ବାମୀ ଥିଲାବେଳେ ଦୀର୍ଘବର୍ଷ ‌ତଳେ ଇନ୍ଦିରା ଆବାସ ଖଣ୍ଡିଏ ସେ ପାଇଥିଲେ। ସେତେବେଳେ ତାଙ୍କୁ ଘର ପାଇଁ ୪୫ ହଜାର ଟଙ୍କା ମିଳିଥିବା ସେ କହିଛନ୍ତି।

ଗେହ୍ଲାଙ୍କର ବ୍ୟକ୍ତିଗତ ଜୀବନ ବି ବେଶ୍‌ ଦୁଃଖମୟ। ତାଙ୍କର କେହି ସନ୍ତାନସନ୍ତତି ନାହାନ୍ତି। ୪ ମାସ ତଳେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି। ସ୍ବାମୀ ଚାଲିଯିବା ପରେ ଗେହ୍ଲା ଏବେ ଏକୁଟିଆ ହୋଇଯାଇଛନ୍ତି। ଫଳରେ, ପେଟପୋଷିବା ପାଇଁ ସେ ବାଧ୍ୟହୋଇ ଛେଳି ଚରାଉଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe