କନ୍ଧମାଳରେ ପୂର୍ବତନ ମହିଳା ୱାର୍ଡ଼ସଭ୍ୟଙ୍କୁ ହତ୍ୟା

Advertisment
କୋଲାବ ନଦୀକୁ ଡେଇଁପଡ଼ିଲେ ମହିଳା ପୋଷ୍ଟମାଷ୍ଟର

Image Courtesy of India.com

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କାନିଷିପଦର ପଞ୍ଚାୟତ ଅଧୀନ ମାଝିପଡ଼ା ଗ୍ରାମର ପୂର୍ବତନ ୱାର୍ଡ଼ସଭ୍ୟା ରାଇମତି କହଁର (୫୬)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ଗତ ମଙ୍ଗଳବାରଠୁ ନିଖୋଜ ଥିବାବେଳେ ରବିବାର ଦିନ ତାଙ୍କ ଗଳିତ ଶବ ମାଝିପଡ଼ାଠୁ ଭୃଙ୍ଗିବାଲି ମଧ୍ୟସ୍ଥ ସବେରି ଘାଟି ନିକଟ କ୍ରାଣ୍ଡିସାଲାଠାରେ ୨୦ ଫୁଟ ଗଭୀର ଖାଲରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରୁ ଏକ ବାଡ଼ି ଓ ରକ୍ତଭିଜା ପଥର ଜବତ କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।

ମାଝିପଡ଼ା (ନେଡିସାହି) ଗ୍ରାମର ସ୍ୱର୍ଗତ ନାଉତା କହଁରଙ୍କ ପତ୍ନୀ ରାଇମତି। ସେ ଦୁଇଥର ୱାର୍ଡ଼ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ସ୍ବାମୀ ନାଉତା ମଧ୍ୟ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥି​ଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଏକୁଟିଆ ରହୁଥିବା ରାଇମତି ଗତ ସୋମବାର ସବୁଦିନ ଭଳି ଖାଇପିଇ ରାତିରେ ଶୋଇଥିଲେ। ହେଲେ, ମଙ୍ଗଳବାର ସକାଳୁ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଓ ସଂପର୍କୀୟ ବହୁ ଖୋଜାଖୋଜି କରିଥିଲେ ହେଁ, ରାଇମତିଙ୍କ ପତ୍ତା ମିଳି ନଥିଲା। ଗତକାଲି ଅପରାହ୍ନରେ ଜଣେ ମଇଁଷିଚରାଳି ଖାଲରେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତକ ରାଇମତିଙ୍କ ଦିଅର ସିରବା କହଁର ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ଏହାପରେ, ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ବରେ ଅତିରିକ୍ତ ଥାନାଧିକାରୀ ବିକାଶ କୁମାର ଜାଲି ଓ ସବ୍ଇନ୍ସପେକ୍ଟର ପ୍ରଦୀପ କୁମାର ରାଉଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।

ଶେଷ ଖବର ସୁଦ୍ଧା ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ସାଇଣ୍ଟିଫିକ୍‌ ଟିମ୍ ସହ ପହଞ୍ଚି ଘଟଣାର ଛାନଭିନ୍‌ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ବାଡ଼ି ଓ ରକ୍ତଭିଜା ପଥର ଜବତ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe