ପୂର୍ବତନ ଫ୍ଲାଇଙ୍ଗ୍ ଅଫିସର ରୁଦ୍ରଚରଣ ମହାନ୍ତିଙ୍କ ପରଲୋକ

Advertisment
ପୂର୍ବତନ ଫ୍ଲାଇଙ୍ଗ୍ ଅଫିସର ରୁଦ୍ରଚରଣ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଭାରତୀୟ ସେନା ବାହିନୀର ପୂର୍ବତନ ପାଇଲଟ୍‌ ତଥା ଫ୍ଲାଇଂ ଅଫିସର୍‌ ରୁଦ୍ରଚରଣ ମହାନ୍ତିଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଶାନ୍ତି ମହାନ୍ତି, ପୁତ୍ର ଅଂଶୁମାନ, ଝିଅ ଅନୁରାଧା, ଜ୍ୱାଇଁ ଆଲୋକ, ଭାଇ ଚିତ୍ତରଞ୍ଜନ, ପ୍ରଭାତ, ଭଉଣୀ, ଝିଆରୀ, ପୁତୁରା ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଗ୍ରାମ କଟକ କାଜିପାଟଣାରେ ସଂସ୍କାର କରାଯାଇଛି। ପୁଅ ଅଂଶୁମାନ ମହାନ୍ତି ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ ଯେ ଭାରତୀୟ ସେନାବାହିନୀରେ ପାଇଲଟ୍ ଭାବେ ଯୋଗ ଦେଇଥିବା ରୁଦ୍ରଚରଣ, ୧୯୬୨ ମସିହା ଯୁଦ୍ଧରେ ସାମିଲ ହୋଇ ନିଜ ବୀରତ୍ବ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଫ୍ଲାଇଙ୍ଗ୍ ଅଫିସର୍‌ ଭାବେ ସେ ପଦୋନ୍ନତି ପାଇଥିଲେ। ସେନାବାହିନୀରୁ ଅବସର ନେବା ପରେ ଘରୋଇ କମ୍ପାନି ଆଭେରି ଇଣ୍ଡିଆ, ହାଲ୍‌ଦା ଟାଇପ ରାଇଟିଙ୍ଗରେ ଓଡ଼ିଶା ବ୍ରାଞ୍ଚର ମୁଖ୍ୟ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ପରବର୍ତ୍ତୀ ସମୟରେ ସୁଭଦ୍ରାପୁର ପଞ୍ଚାୟତର ସରପଞ୍ଚ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ କାଜିପାଟଣା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe