ପୂର୍ବତନ ଜିଆର୍‌ଏସ୍‌ଙ୍କୁ ୪ ବର୍ଷ ଜେଲ୍‌

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ମୋହନଗିରି ପଞ୍ଚାୟତର ପୂର୍ବତନ ଜିଆର୍‌ଏସ୍‌ ଦିବାକର ସାହୁଙ୍କୁ ମାନ୍ୟବର ଭିଜିଲାନ୍ସ କୋର୍ଟ ଆଜି ୨ଟି ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଆଜି ଜେଲ୍‌ ପଠାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ମୋହନଗିରି ପଞ୍ଚାୟତର ପୂର୍ବତନ ଜିଆର୍‌ଏସ୍‌ ଦିବାକାର ସାହୁ ମନରେଗା ଯୋଜନାରେ ବିପିଜିୱାଇ ଘର ନିର୍ମାଣ ନିମନ୍ତେ ଶ୍ରମିକମାନଙ୍କ ପ୍ରାପ୍ୟ ନିମନ୍ତେ ମଷ୍ଟରରୋଲ୍‌ ପ୍ରସ୍ତୁତି ଓ ବିଲ ପୈଠ ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀମାନେ ଭିଜିଲାନ୍ସକୁ ପୂର୍ବରୁ ସୂଚନା ଦେଇଥିଲେ।

ପୂର୍ବରୁ ଛକି ରହି ଲାଞ୍ଚ ଦେବାବେଳେ ଦିବାକର ସାହୁଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା। ଏହି ଘଟଣାରେ ଭିଜିଲାନ୍ସ କେସ ନଂ ୩୩/୨୮.୭.୨୦୧୭ ଦଫା ୭/୧୩ (୨) ଆର/ଡବ୍ଲ୍ୟୁ ୧୩(୧) (ଡି) ପ୍ରିଭେନସପ ଅଫ କରପସନ ଆକ୍ଟ ୧୯୮୮ରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। ଏନେଇ ମାନ୍ୟବର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶ୍ରୀକାନ୍ତ ମିଶ୍ର ଅଭିଯୁକ୍ତଙ୍କୁ ଗୋଟିଏ ମାମଲାରେ ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୩ ମାସ ଜେଲ ଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଆଉ ଏକ ମାମଲାରେ ୪ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଆହୁରି ଅଧିକ ୩ ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୁଇ ମାମଲାରେ କୋର୍ଟ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶୁଣାଣି ହେବା ପରେ ପୁଲିସ ପୂର୍ବତନ ଜିଆର୍‌ଏସ୍‌ ଦିବାକର ସାହୁଙ୍କୁ ଗିରଫ କରି ଜେଲକୁ ପଠାଇଛି। ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅଶ୍ବିନୀ ସାହୁ ମାମଲାର ଶୁଣାଣି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe