Times of India
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆମପାଣି ଆବାସିକ ଆଶ୍ରମ ସ୍କୁଲରେ ୨୦୧୨ ନଭେମ୍ବର ୨୫ ତାରିଖରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୂର୍ବତନ ପ୍ରଧାନଶିକ୍ଷକ ନକୁଳ ଶବରଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଗୁରୁବାର ଦିନ ଏହି ମାମଲାର ଶୁଣାଣି କରି ଭବାନୀପାଟଣା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ଜଜ୍ ଶୁଭଞ୍ଜନ ମହାନ୍ତି ଅଭିଯୁକ୍ତ ନକୁଳଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସଂପୃକ୍ତ ନାବାଳିକାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ସ୍ବତନ୍ତ୍ର ପିପି ରୋହିତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ।
Follow Us