ପୂର୍ବତନ ଆଇଜି ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ପରଲୋକ

ପୂର୍ବତନ ଆଇଜି ସୁରେନ୍ଦ୍ର ନାଥ ସ୍ୱାଇଁଙ୍କ ପରଲୋକ

କଟକ : ରାଜ୍ୟ ପୁଲିସ ବିଭାଗର ପୂର୍ବତନ ଆଇଜି ସୁରେନ୍ଦ୍ର ନାଥ ସ୍ବାଇଁ (୮୬)ଙ୍କର ଆଜି ପରଲୋକ ଘଟିଛି।

୧୯୪୪, ମେ ୨୮ ତାରିଖରେ ଜନ୍ମିତ ସୁରେନ୍ଦ୍ର ରେଭେନ୍ସା କଲେଜରୁ ବିଏ ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏମଏ କରିଥିଲେ। ସେ ଓଡ଼ିଶା ପୁଲିସ ସେବା (ଓପିଏସ୍)ରେ ଯୋଗ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଆଇପିଏସ୍ ପାହ୍ୟାକୁ ପଦୋନ୍ନତି ପାଇଥିଲେ। ୧୯୮୧ରେ ସେ କଟକର ଅତିରିକ୍ତ ଏସ୍‌ପି ଭାବେ ପୁଲିସ ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ କଟକ, ଭୁବନେଶ୍ୱର ଓ ପୁରୀର ଏସ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୦ ରେ ଡେପୁଟି ଟ୍ରାନ୍ସପୋର୍ଟ କମିସନ ଭାବେ କାର୍ଯ୍ୟ କରିବା ସହିତ ଡିଆଇଜି(ଆଡମିନ), କେନ୍ଦ୍ରାଞ୍ଚଳ କଟକରେ କାର୍ଯ୍ୟ କରିଥିଲେ। ୨୦୦୪, ମେ ୩୧ ତାରିଖରେ ପ୍ରିଣ୍ଟିଙ୍ଗ ଆଣ୍ଡ ପବ୍ଲିକେସନର ନିର୍ଦେଶକ ଭାବେ କାର୍ଯ୍ୟ କରି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ଚାକିରିରୁ ଅବସର ନେବା ପରେ ବିଭିନ୍ନ ଟିଭି ଚାନେଲରେ ବିତର୍କ ଓ ଆଲୋଚନାରେ ଭାଗ ନେଇ ଆସୁଥିଲେ। ସେ ଜଣେ ସାହିତ୍ୟିକ ତଥା ସାହିତ୍ୟ ସଂଗଠକ ଭାବେ ମଧ୍ୟ ପରିଚିତ ଥିଲେ। ସେ ଭୁବନେଶ୍ୱର ୟୁନିଟ ୩ ଅଞ୍ଚଳରେ ରହି ଆସୁଥିବାବେଳେ ଗଲା ଏକ ବର୍ଷ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦିନ ପାଖାପାଖି ୧୧ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ସନ୍ଧ୍ୟାରେ କଟକ ଖାନନଗରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକମାତ୍ର ପୁଅ ସୁଚିତ ପ୍ରିୟଦର୍ଶୀ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କର ପତ୍ନୀ, ଝିଅ-ଜ୍ବାଇଁ ଓ ପୁଅ-ବୋହୂ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପୁଲିସ ଡିଜି ଅଭୟ, ଅନ୍ୟ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe