ପୂର୍ବତନ ମାଓବାଦୀ ନେତା କୁନୁ ଦେହେରୀଙ୍କ ରହସ୍ୟଜନକ ମୃତ୍ୟୁ

Advertisment

କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ) ଏସ୍‌ଡିଏସ୍‌ର ପୂର୍ବତନ ଡିଭିଜିନାଲ୍‌ କମିଟି ସମ୍ପାଦକ କୁନୁ ଦେହେରୀ (୫୦)ଙ୍କର ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଲିସ କହିବାନୁସାରେ, ଘରେ ଥିବାବେଳେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି।

କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ) ଏସ୍‌ଡିଏସ୍‌ର ପୂର୍ବତନ ଡିଭିଜିନାଲ୍‌ କମିଟି ସମ୍ପାଦକ କୁନୁ ଦେହେରୀ (୫୦)ଙ୍କର ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଲିସ କହିବାନୁସାରେ, ଘରେ ଥିବାବେଳେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି।

shsfhsfhfhfs

ସମ୍ବଲପୁର/ନାକଟିଦେଉଳ:  କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ) ଏସ୍‌ଡିଏସ୍‌ର ପୂର୍ବତନ ଡିଭିଜିନାଲ୍‌ କମିଟି ସମ୍ପାଦକ କୁନୁ ଦେହେରୀ (୫୦)ଙ୍କର ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଲିସ କହିବାନୁସାରେ, ଘରେ ଥିବାବେଳେ ତାଙ୍କର ଅକସ୍ମାତ ମୃତ୍ୟୁ ହୋଇଛି। ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ କି ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ନୁହେଁ। ଏ ସଂକ୍ରାନ୍ତରେ ନାକଟିଦେଉଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କୁନୁ ୨୦୧୮ ମସିହା ଏପ୍ରିଲ ମାସରେ ପୁଲିସ ପାଖରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିଲେ। ମାଓବାଦୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ନାକଟିଦେଉଳ ଥାନାଧିକାରୀ ଝସକେତନ ଭୋଇ ସୂଚନା ଦେଇଛନ୍ତି। କୁନୁ ଶ୍ରମିକ ଥିଲେ ଏବଂ ପତ୍ନୀଙ୍କ ସହିତ ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଜରାଗୁଳା ଗ୍ରାମସ୍ଥିତ ନିଜ ଶ୍ବଶୁରଙ୍କ ଘରେ ରହୁଥିଲେ।  

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଟାମ୍ପରସିଂହା ଗ୍ରାମର ଆଦିବାସୀ ଯୁବକ କୁନୁ ଦେହେରୀ ପିଲାଦିନରୁ ଥିଲେ ବାପା, ମା’ ଛେଉଣ୍ଡ। ଦୁଇ ବଡ଼ଭଉଣୀଙ୍କ ସହଯୋଗରେ ସପ୍ତମ ଶ୍ରେଣୀ ଯାଏ ପଢ଼ିବା ପରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ୧୯୯୮ ମସିହାରେ ପଶ୍ଚିମ ଓଡ଼ିଶାରେ ମାଓବାଦୀ ଦଳର ପ୍ରତିଷ୍ଠା ପାଇଁ ଏମ୍‌ସିସିର ରାଜ୍ୟ କମିଟି ସଦସ୍ୟ ଦାମଦେଓ ପତ୍ନୀ ଏଲିନା ସହିତ ସମ୍ବଲପୁର ଜିଲ୍ଲାର କେଶାପାଲିକୁ ଆସିଥିଲେ। ଏହି ସମୟରେ ଶ୍ରମିକ ଶୋଷଣ, କେନ୍ଦୁପତ୍ର କର୍ମଚାରୀଙ୍କୁ ପ୍ରାପ୍ୟ, ସ୍ଥାନୀୟ ଅଞ୍ଚଳର ସମସ୍ୟା ଏବଂ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କଥା କହି ସ୍ଥାନୀୟ ଯୁବକମାନଙ୍କୁ ଦଳରେ ସାମିଲ କରିଥିଲେ। ସେତେବେଳେ ୨୧ ବର୍ଷ ବୟସର କୁନୁ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲେ। ଘଟଣାଚକ୍ରରେ ୨୦୦୩ ମସିହାରେ ଘଟିଥିବା ପୂର୍ବତନ ସରପଞ୍ଚ କାଦର ସିଂଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ହୋଇ ଯାଇଥିଲେ କୁନୁ। ପୁଲିସ ସୂଚନା ଅନୁସାରେ, କୁନୁ ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ (ଏସ୍‌ଡିଏସ୍‌) କମିଟିର ଶୀର୍ଷ ମାଓବାଦୀ ସଦସ୍ୟ ଥିଲେ। ତାଙ୍କ ବିରୋଧରେ ୫୧ଟି ବିଭିନ୍ନ ମାମଲା ରହିଥିଲା। ୨୦୧୮ ମସିହା ଏପ୍ରିଲ ମାସରେ ଆତ୍ମସମର୍ପଣ କରି କିଛି ଦିନ ଜେଲରେ ରହିବା ପରେ ମୁକୁଳିଥିଲେ। ପୁଲିସ ପକ୍ଷରୁ ତାଙ୍କୁ ଚାକିରି ପ୍ରତିଶ୍ରୁତି ଦିଆଯାଇଥିଲା।

ପ୍ରଥମେ ନିଜ ଘର ଟାମ୍ପରସିଂହା, ପରେ ଶ୍ବଶୁର ଘର ଜରାଗୁଳାକୁ ଆସି ଶ୍ରମିକ ଭାବେ ଜୀବିକା ନିର୍ବାହ କରୁଥିଲେ। ଆତ୍ମସମର୍ପଣ ପରେ କେବେ କେମିତି ବିଭିନ୍ନ ସାମାଜିକ ସଙ୍ଗଠନ ବୈଠକରେ ସାମିଲ ହେଉଥିଲେ ମଧ୍ୟ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ପରିବାର କେନ୍ଦ୍ରୀଭୂତ ଥିଲା ବୋଲି ମେଘପାଲ ଗାଁର ଅଧିବାସୀ କହିଛନ୍ତି। ମାଓବାଦୀ ଦଳରେ ଥିବାବେଳେ ହିଁ ସେ ଜରାଗୁଳା ଗ୍ରାମର ଅନିତାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ୧୯ ବର୍ଷର ଗୋଟିଏ ପୁଅ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe