ସୋହେଲା : ପୂର୍ବ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପତ୍ନୀ ସୁରେଶ୍ୱରୀ ଦେବତା (୭୫ ବର୍ଷ)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ସେ ବହୁ ଦିନ ହେଲା ଅସୁସ୍ଥ ଥିଲେ। ଶେଷ ସମୟରେ ସ୍ୱାମୀଙ୍କ ସହ ପୁଅ ବାବୁଲୁ, ବୋହୂ ରୋଜି, ନାତି ୟସ ଓ ୟୁଗ, ଝିଅ ମମତା ଓ ଜ୍ୱାଇଁ ବିଶ୍ୱଜିତ ଶତପଥୀଙ୍କ ସମେତ ପରିବାର ସଦସ୍ୟ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଖବର ପାଇ ଭଟଲି ବିଧାୟକ ସୁଶାନ୍ତ ସିଂହ, ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ପୂର୍ବ ବିଧାୟକ ନିହାର ମହାନନ୍ଦ, ବିଜେପୁର ବ୍ଲକର ପୂର୍ବ ଅଧ୍ୟକ୍ଷ ଗତିକୃଷ୍ଣ ମିଶ୍ର, ବରଗଡ଼ର ପୂର୍ବ ବିଧାୟକ ସାଧୁ ନେପାକ, ଅତାବିରାର ଉନ୍ନିକ୍ରିଷ୍ଣ ନାୟାର ଓ ରାଜେଶ ଅଗ୍ରୱାଲ ପ୍ରମୁଖ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ଥାନୀୟ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁଅ ବାବୁଲୁ ମୁଖାଗ୍ନି ଦେଇଥିଲେ।
ଶବାଧାରରେ ବରଗଡ଼ ବିଜେପିର ବରିଷ୍ଠ ନେତା ସୁରେଶ୍ୱର ଶତପଥୀ ଓ ଅଶ୍ୱିନୀ ଷଡ଼ଙ୍ଗୀ, ଜର୍ଣ୍ଣାଲିଷ୍ଟ ଆସୋସିଏସନ, ବରଗଡ଼ର ସଭାପତି ରବି ପଣ୍ଡା, ବରଗଡ଼ ସାମ୍ବାଦିକ ସଂଘ ସଭାପତି ଶଙ୍କର ବଲ୍ଲଭ ମିଶ୍ର, ଗାନ୍ଧୀ ସ୍ମୃତି ପାଠାଗାରର ପୂର୍ବ ସଭାପତି ଅରୁଣ ମହାନ୍ତି, ବରଗଡ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ମିଶ୍ର, ବ୍ରହ୍ମା ମହାକୁଡ, ଆଡଭୋକେଟ ଶିରୀଶ ବଲ୍ଲଭ ମିଶ୍ର ଓ ଲିପସିତ ମିଶ୍ର, ଜିଲ୍ଲା ଆଥଲେଟିକ ଆସୋସିଏସନର କୋଷାଧ୍ୟକ୍ଷ ଶୁଭ୍ରାଂଶୁ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂସଦର ଆଉଟ୍ଡୋର ସେକ୍ରେଟାରି ସୁରେଶ ଦାସ, ଫୁଟବଲ ସଂପାଦକ ଶେଖ ସବଦର, ଜିଲ୍ଲା ବସ୍ ମାଲିକ ସଂଘ ବରିଷ୍ଠ ସଦସ୍ୟ ମହମ୍ମଦ ନଜ୍ଜିମୁଦ୍ଦିନ, ବିନୋଦ ଅଗ୍ରୱାଲ, ସୁମନ ସାୱଡ଼ିଆ, ପ୍ରତାପ ନାୟକ, ରାଜକୁମାର ବିଶି, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ସୋହେଲାର ଡା. ଶିଶିର ସାହୁ, ଗୋବିନ୍ଦ ସାହୁ, ନଥୁରାମ ଅଗ୍ରୱାଲ, ଗିରିଜେଶ ଖାଡ଼ଙ୍ଗା, ଟଙ୍କ ଝାଙ୍କର, ପ୍ରଫୁଲ୍ଲ ପଧାନ, ବଲବୀର ସିଂ ଠାକୁର, ସୁଶାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
ସୁରେଶ୍ୱରୀ ଦେବତା ଅତାବିରା ବ୍ଲକ କାଦୋବାହାଲ ଗ୍ରାମରେ ୧୯୪୯ ମସିହାରେ ଜନ୍ମ ହୋଇଥିଲେ। ସେ ଗୌନ୍ତିଆ ସ୍ୱର୍ଗତ ହାରାଧନ ଦାସଙ୍କ କନ୍ୟା ଅଟନ୍ତି। ସେ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ସଭାନେତ୍ରୀ ଥିଲେ। ତାଙ୍କ ବିୟୋଗରେ ବିଧାୟକ ଶ୍ରୀ ସିଂହଙ୍କ ସମେତ ସ୍ଥାନୀୟ ଗୌରୀ ଦେବୀ ଟ୍ରଷ୍ଟ, ଗାଡ଼ି ମାଲିକ ସଂଘ, ମାରୱାଡି ଯୁବାମଞ୍ଚ, ବଣିକ ସଂଘ, ସାମ୍ବାଦିକ ସଂଘ, କୃଷକ ବିକାଶ ମଞ୍ଚ, କୁଲତା ସମାଜ, ମସଜିଦ କମିଟି ଓ ଆଥଲେଟିକ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।
Follow Us