ପ୍ରାକ୍ତନ ମନ୍ତ୍ରୀ ସେକ୍‌ ମତଲୁବ ଅଲ୍ଲିଙ୍କ ପ୍ରଥମ ସ୍ମୃତି ଉତ୍ସବ

Advertisment

ବିଧାୟକ ଅମର ଶତପଥୀଙ୍କୁ ସେକ୍‌ ମତଲୁବ ଅଲ୍ଲି ଜନପ୍ରତିନିଧି ସମ୍ମାନ

ବିଧାୟକ ଅମର ଶତପଥୀଙ୍କୁ ସେକ୍‌ ମତଲୁବ ଅଲ୍ଲି ଜନପ୍ରତିନିଧି ସମ୍ମାନ

ପ୍ରାକ୍ତନ ମନ୍ତ୍ରୀ ସେକ୍‌ ମତଲୁବ ଅଲ୍ଲିଙ୍କ ପ୍ରଥମ ସ୍ମୃତି ଉତ୍ସବ

ଚଣ୍ଡିଖୋଲ : ବାଲିଚନ୍ଦ୍ରପୁରସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାହାଙ୍ଗା-ବଡ଼ଚଣା ସାହିତ୍ୟ ଓ ସଂସ୍କୃତି ପରିଷଦ ’ ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ସେକ୍ ମତଲୁବ ଅଲ୍ଲିଙ୍କ ପ୍ରଥମ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ସାମ୍ବାଦିକ ଭକ୍ତଚରଣ ସାହୁଙ୍କ ଅଧ୍ୟକ୍ଷତାରେ ବାଲିଚନ୍ଦ୍ରପୁରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ସ୍ମୃତି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବାଲିଚନ୍ଦ୍ରପୁର ସ୍ବର୍ଗତ ଅଲ୍ଲିଙ୍କର ପ୍ରଥମ କର୍ମସ୍ଥଳ ଓ ସେ ଜଣେ ସୁଦକ୍ଷ ରାଜନୀତିଜ୍ଞ ଏବଂ ସାହିତ୍ୟ-ସଂସ୍କୃତିର ବାର୍ତ୍ତାବହ ଥିଲେ ବୋଲି ଶ୍ରୀ ଶତପଥୀ କହିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଯୋଗଦେଇ ସ୍ବର୍ଗତ ଅଲ୍ଲିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ବରେଣ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସ ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଡ. ଭାଗ୍ୟଧର ସାହୁ, ଅଧ୍ୟାପକ ଯଚିନ୍ଦ୍ର ରାଉତ, ଆଗାମୀ ଶତାବ୍ଦୀର ସମ୍ପାଦକ ସେକ ମସୁଦ ଅଲ୍ଲି, ସରପଞ୍ଚ ଫନୀନ୍ଦ୍ର ପଣ୍ଡା, ସମିତିସଭ୍ୟ ଅମିୟ ବିଶ୍ୱାଳ ଯୋଗଦେଇ ସ୍ବର୍ଗତ ଅଲ୍ଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ଶତପଥୀଙ୍କୁ ‘ସେକ ମତଲୁବ ଅଲ୍ଲି ଆଦର୍ଶ ଜନ ପ୍ରତିନିଧି ସମ୍ମାନ’ ଓ ଡ. ବାସୁଦେବ ଦାସଙ୍କୁ ‘ସେକ ମତଲୁବ ଅଲ୍ଲି ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକାରୀ ସମ୍ପାଦକ ସାମ୍ବାଦିକ ଏକାଦଶୀ ସେଠୀ ସୂଚନା ପ୍ରଦାନ କରିଥିବା ବେଳେ କଣ୍ଠଶିଳ୍ପୀ ଇଂ କ୍ରିଷ୍ଣା ଦାସ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ସରୋଜକାନ୍ତ ପରିଜା କବିତାପାଠ କରିଥିଲେ।

ପରିଷଦର ସଦସ୍ୟ ମନୋଜ କୁମାର ପରିଡ଼ା ଓ ଦିଲ୍ଲୀପ କୁମାର ଷେଣ୍ଢ ମାନପତ୍ର ପାଠ ଏବଂ ଉପସଭାପତି ପ୍ରଭାତ କୁମାର କର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଦିଲ୍ଲୀପ କୁମାର ରାଉତ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ। ଗଦାଧର ଦାସ, ନିରଞ୍ଜନ ଜେନା, ସୁଦୀପ ସାମଲ, ବିଳାସ ଚନ୍ଦ୍ର ବାରିକ, ଗଣେଶ୍ୱର ବରାଳ, ସୁରେଶ ଚନ୍ଦ୍ର ନାୟକ, ପ୍ରତାପ ନାୟକ, ପ୍ରମୋଦ କୁମାର ଦାସ, ପ୍ରତାପ ସେନାପତି, ମାନସ ରଞ୍ଜନ ଦେଓ, ଅନନ୍ତ ମହାରଣା, ସୌଭାଗ୍ୟଲକ୍ଷ୍ମୀ ବଳ, ପ୍ରଦୀପ୍ତ ରାଉତରାୟ, ନଟବର ଦାଶ, ଅଭିମନ୍ୟୁ ବଳ, ତପନ ରାଉତରାୟ, ଗଣେଶ୍ୱର ସାମଲ, ନିହାର ପରିଡ଼ା, ଭାବଗ୍ରାହୀ ବିଶ୍ୱାଳ ଓ ଉଗ୍ରସେନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ। ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ଜେନା, କ୍ଷେତ୍ରବାସୀ ଜେନା, ଅନ୍ତର୍ଯ୍ୟାମୀ ନାୟକ, ସୁରେଶ ଚନ୍ଦ୍ର ଦାସ ଓ ଗୁରୁଦତ୍ତ ଦେବପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe