କେନ୍ଦୁଝର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଜୋରଦାର ଝଟକା। କିଛିଦିନ ପୂର୍ବରୁ ତେଲକୋଇ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ବେଳେ ଶୁକ୍ରବାର ଦିନ ପାଟଣା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବାନୀ ଶଙ୍କର ନାଏକ ଦଳରୁ ଇସ୍ତଫା ଦେଇଛନ୍ତି। ଦଳୀୟ ନେତୃତ୍ବ ତାଙ୍କୁ ଅଣଦେଖା କରୁଥିବା ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଶ୍ରୀ ନାଏକ ପୂର୍ବରୁ ୨୦୧୪ ମସିହାରେ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ ମଧ୍ୟ ପାଟଣା ନିର୍ବାଚନଣ୍ଡଳୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡି ଥିବାରୁ ବିଜେପି ପାଇଁ ପାଟଣା ନିର୍ବାଚନମଣ୍ଡଳୀରେ ସମସ୍ୟା ଉପୁଜିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।
Follow Us