ଚର୍ଚ୍ଚାରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା

ଆଜି ଜିଲ୍ଲା ପରିଷଦ ସଭାପତି ନିର୍ବାଚନ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାର ୭ଟି ଯାକ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି  ଅକ୍ତିଆର କରିଛି। ଆସନ୍ତାକାଲି ଭଦ୍ରକ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ। ୨୮ଟି ଜୋନ ବିଶିଷ୍ଟ  ଭଦ୍ରକ ଜିଲ୍ଲା ପରିଷଦର ୨୮ଟି ଯାକ ଜିଲ୍ଲା ପରିଷଦ ଜୋନ୍ ବିଜେଡି ଦଖଲ କରିଥିବାରୁ ଜିଲ୍ଲା ପରିଷଦ ସଭାପତି ମଧ୍ୟ ବିଜେଡି  ଦଖଲ କରିବ।

ଏହି ଦୃଷ୍ଟିରୁ  ବିଚାର କଲେ ଭଦ୍ରକରେ ହେବାକୁ ଥିବା ଜିଲ୍ଲା ପରିଷଦ  ସଭାପତି  ପାଇଁ ବିଜେଡି ନିଦ୍ବର୍ଦ୍ବରେ ଜିତିବେ ବୋଲି ଚିତ୍ର ସ୍ପଷ୍ଟ ହୋଇଗଲାଣି। ବିଜେଡିରୁ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ  ବହୁ ଆଶାୟୀଙ୍କ ନାମ ରହିଥିବା ବେଳେ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛନ୍ତି ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ତଥା ବର୍ତ୍ତମାନର ବନ୍ତ ଜୋନ୍‌ରୁ ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଯେନାଙ୍କ ନାମ ସବୁଠି ଚର୍ଚ୍ଚା ହେଉଛି। ଦଳ ତାଙ୍କ ନାମରେ ‌ ମୋହର ମାରିବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe