ରାଜନୀତି ଛାଡ଼ି କ୍ଷେତରେ ପୂର୍ବତନ ବିଧାୟକ: ‘କଳାବତୀ’ ଧାନ ଚାଷ କରି ଚର୍ଚ୍ଚାରେ ଅଙ୍ଗଦ

କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଙ୍ଗଦ କହଁର ରାଜନୀତି ଛାଡ଼ି  ଏବେ କ୍ଷେତମୁହାଁ ହୋଇଛନ୍ତି। ନିଜ ଗାଁ ପକାରିରେ ଥିବା ଦୁଇ ଏକର ଜମିରେ କଳାଧାନ ‘କଳାବତୀ’ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି।

sdsddgdgdg

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଙ୍ଗଦ କହଁର ରାଜନୀତି ଛାଡ଼ି  ଏବେ କ୍ଷେତମୁହାଁ ହୋଇଛନ୍ତି। ନିଜ ଗାଁ ପକାରିରେ ଥିବା ଦୁଇ ଏକର ଜମିରେ କଳାଧାନ ‘କଳାବତୀ’ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। କନ୍ଧମାଳରେ ପରୀକ୍ଷାମୂଳକ ଭାବେ କଳାଧାନ ଚାଷ ଆରମ୍ଭ ହୋଇସାରିଛି। ଅଙ୍ଗଦ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପ୍ରଫେସର ରାଧାମୋହନଙ୍କ ‘ସମ୍ଭବ’ ଫାର୍ମରୁ ‘କଳାବତୀ’ ବିହନ ମଗାଇ ନିଜ ଜମିରେ ଚାଷ କରିଛନ୍ତି। ଆସନ୍ତା ଡିସେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଅମଳ ହେବ। ଅନ୍ୟ ଧାନ ଅମଳ ପାଇଁ ୯୦ରୁ ୧୦୦ ଦିନ ଲାଗୁଥିବା ବେଳେ କଳାଧାନ ଅମଳ ପାଇଁ ୧୨୦ ଦିନ ଲାଗିଥାଏ। 

‘କଳାବତୀ’ ଧାନ ଚାଷ କରି ଚର୍ଚ୍ଚାରେ ଅଙ୍ଗଦ
‘ରାଜନୀତି କରିବାକୁ ପାଖରେ ଟଙ୍କା ନାହିଁ’

ବିଧାୟକ ହେବା ପୂର୍ବରୁ ଅଙ୍ଗଦ କନ୍ଧମାଳ ଜିଲ୍ଲାର ଜଣେ ସଫଳ ଚାଷୀ ଭାବେ ବିଭିନ୍ନ ସଂଗଠନ ଓ ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଥିଲେ। ହଳ ବୁଲାଇବା ଠାରୁ ଆରମ୍ଭ କରି ଧାନ ରୁଆ ଓ ଜମି ବାଛିବା ଆଦି କାମରେ ସେ ବେଶ୍ ପାରଙ୍ଗମ। ବର୍ତ୍ତମାନ ରାଜନୀତିଠୁ ଦୂରେଇ ରହି ଚାଷକାମ ଆରମ୍ଭ କରିଛନ୍ତି।  ଏଥର ସେ ୫୦ କ୍ବିଣ୍ଟାଲ୍ ‘କଳାବତୀ’ ଧାନ ଅମଳ ପାଇଁ ଲକ୍ଷ୍ୟ ରଖିଛନ୍ତି। ଧାନ କିଣିବା ପାଇଁ ତାଙ୍କୁ ଭୁବନେଶ୍ବରର ବିଭିନ୍ନ ସଂସ୍ଥା ପକ୍ଷରୁ ବରାଦ ମିଳିଛି। ଅଙ୍ଗଦ କହିଛନ୍ତି, ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ବିନା ରାସାୟନିକ ସାର ପ୍ରଯୋଗରେ ସେ ଏହି ଧାନ ଚାଷ କରିଛନ୍ତି। ସେହିପରି ୨ ଏକର ଜମିରେ ମାଣ୍ଡିଆ ଚାଷ ଓ ଦେଢ଼ ଏକର ଜମିରେ କୋବି, ଟମାଟୋ, ମୂଳା, ଶାଗ ଓ ବିନ୍‌ସ ଆଦି ପନିପରିବା ଚାଷ କରିଥିବା ଅଙ୍ଗଦ କହିଛନ୍ତି। 

ସୂଚନାଯୋଗ୍ୟ, ଅଙ୍ଗଦ ୨୦୧୯ ସାଧାରଣ ନିର୍ବାଚନରେ ଫୁଲବାଣୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ଥଇଥାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ପଦବିରୁ ଇସ୍ତଫା ଦେଇଥିଲେ। ରାଜନୀତିକୁ ନେଇ ଅଙ୍ଗଦ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଆଜିକାଲି ରାଜନୀତି କରିବାକୁ ହେଲେ ପ୍ରଚୁର ଟଙ୍କାର ଆବଶ୍ୟକତା ରହିଛି। ଯାହାକି ମୋ’ ପାଖରେ ନାହିଁ। ତେବେ ଅଙ୍ଗଦ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇ ଚାଷବାସରେ ମନ ବଳେଇବେ ନା ପୁଣି ରାଜନୀତିକୁ ଫେରିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe