ବ୍ରଜରାଜନଗର: ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ ଅଛନ୍ତି। ତାଙ୍କୁ ଶନିବାର ରାତିରେ ବରଗଡ଼ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ ଡ଼ାଇବେଟିଜ୍ ଓ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଜଟିଲ ହେବାରୁ ଶନିବାର ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାରୁ ତାଙ୍କର ଫୁସଫୁସ୍ରେ ପାଣି ଭର୍ତ୍ତି ହୋଇଯାଇଥିବା ସହିତ ହୃତପିଣ୍ଡର ଗତି କମ ହୋଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ହେଲେ ରବିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ରାଧାରାଣୀ ପଣ୍ଡାଙ୍କ ସ୍ୱାମୀ ସୁଧାଂଶୁ ପୁରୋହିତ ସୂଚନା ଦେଇଛନ୍ତି।
ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
Advertisment
Follow Us