ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୂର୍ବତନ ବିଧାୟକ ଶିବାଜୀଙ୍କ ଇସ୍ତଫା

Advertisment
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୂର୍ବତନ ବିଧାୟକ ଶିବାଜୀଙ୍କ ଇସ୍ତଫା

ଲାଞ୍ଜିଗଡ଼ : କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ।

ଶ୍ରୀ ମାଝୀ ୨୦୦୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବ‌ାଚିତ ହୋଇଥିଲେ। ୨୦୧୯ ମସିହା ନିର୍ବାଚନ‌ରେ ସେ କିନ୍ତୁ ପରାଜିତ ହୋଇଥିଲେ। ସେହିଦିନଠାରୁ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ନେଇ ସେ ଅଭିଯୋଗ କରିବା ସହିତ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ଏବେ, ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଜିଲ୍ଲା ସଭାପତି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମେଲ୍‌ ମାଧ୍ୟମରେ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି।

ତେବେ, ମୁଖ୍ୟମନ୍ତ୍ରୀଙ୍କ କଳହାଣ୍ଡି ଗସ୍ତର ଅବ୍ୟବହିତ ପୂର୍ବରୁ ଶ୍ରୀ ମାଝୀ ଆଜି ହଠାତ୍‌ କଂଗ୍ରେସରୁ ଇସ୍ତଫା ଦେବା ରାଜନୈତିକ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe