ପୂର୍ବତନ ସାଂସଦଙ୍କ ଦାବି: ମାଙ୍କଡ଼ ଦମନ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହେଉ

ମାଙ୍କଡ଼ ପାଇଁ ଚାଲିଗଲା ଜୀବନ, ଛାତରୁ ଡେଇଁ ବିଜେପି ନେତାଙ୍କ ପତ୍ନୀଙ୍କର ମୃତ୍ୟୁ

Tiger Reserves in India

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ମାଙ୍କଡ଼ଙ୍କ ଉତ୍ପାତ ବଢି ଚାଲିଛି। କ୍ଷେତ ଓ ବାଡ଼ିରେ ପନିପରିବା ଓ ଫଳ ଆଉ ଦେଖିବାକୁ ମିଳୁନା‌ହିଁ। ଚାଷୀ ଚାଷ ଛାଡ଼ି ଦେଲେଣି। ମାଙ୍କଡ଼ଙ୍କ ଦାଉରୁ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିବାକୁ ପୂର୍ବତନ ଯାଜପୁର ଲୋକସଭା ସାଂସଦ ଅନାଦି ଚରଣ ଦାସ ଦାବି କରିଛନ୍ତି।

ଶ୍ରୀ ଦାସ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ଉପକୂଳ ଅଞ୍ଚଳରେ ମାଙ୍କଡ଼ଙ୍କ ଉପଦ୍ରବ ବଢି ଯିବାରୁ ଚାଷୀଙ୍କ ସହ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପିଲାମାନେ ରାସ୍ତାରେ ଚାଲିପାରୁନାହାନ୍ତି। ଘରେ ପଶି ଫ୍ରିଜ୍‌ ଖୋଲି ଫଳମୂଳ ଓ ରନ୍ଧା ଖାଦ୍ୟ ବି ଖାଇ ଯାଉଛନ୍ତି। ନଡ଼ିଆ କଷିକୁ ଛିଡ଼ାଇ  କଅଁଳିଆ ଅଂଶକୁ ଖାଇ ମାଙ୍କଡ଼ ଫୋପାଡ଼ି ଦେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ମାଙ୍କଡ଼କୁ ସରକାର ବନ୍ୟଜନ୍ତୁ ଭାବେ ଘୋଷଣା କରିଛନ୍ତି। ଅନ୍ୟ ବନ୍ୟଜନ୍ତୁ ହାତୀ, ବାର୍‌ହା ଫସଲ ନଷ୍ଟ କଲେ ଚାଷୀଙ୍କୁ କ୍ଷତିପୁରଣ ମିଳୁଛି। କିନ୍ତୁ ମାଙ୍କଡ଼ କ୍ଷତି କଲେ କୌଣସି ଅର୍ଥ ମିଳୁନି। ମାଙ୍କଡ଼ଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚାଷ କ୍ଷେତ ନିକଟରେ ତାଲିମପ୍ରାପ୍ତ କୁକୁର, ତାଲିମପ୍ରାପ୍ତ ଭିନ୍ନ ପ୍ରଜାତିର ମାଙ୍କଡ଼ ନିୟୋଜନ ସହ ବିଭିନ୍ନ ୬ଟି ପଦକ୍ଷେପ ସହ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହେଲେ ଉପକୂଳ ଅଞ୍ଚଳର ଚାଷୀମାନେ ଉପକୃତ ହେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe