Advertisment

କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

Advertisment
କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଭବାନୀପାଟଣା ସ୍ଥିତ ତାଙ୍କର ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। କଳାହାଣ୍ଡିର ଲୋକସଭା ସଦସ୍ୟ ଭାବେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍ରେ ନିର୍ବାଚିତ ହୋଇଥିଲେ।

କଳାହାଣ୍ଡିର ପୂର୍ବତନ ସାଂସଦ, ସଂଗ୍ରାମୀ ନେତା ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାୟକଙ୍କ ୭୦ ବର୍ଷ ବୟସରେ ତାଙ୍କ ଭବାନୀପାଟଣା ସ୍ଥିତ ଘରେ ହୃଦଘାତରେ ବିୟୋଗ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ କଂଗ୍ରେସ ସାଂସଦ ଥିଲେ। ସଂସଦ ଭବନରେ ପ୍ରଥମ ଦିନ ହିଁ ସେ ପାହାଚରେ ମୁଣ୍ଡିଆ ମାରି  ସଂସଦକୁ ମନ୍ଦିର ବୋଲି ବର୍ଣ୍ଣନା କରି ବେଶ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଖୁବ୍ ଭଲ ସମ୍ପର୍କ ଥିଲା।  ସେ ଜଣେ ସମାଜସେବୀ ଥିଲେ। ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂଗ ପ୍ରେସ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ।

publive-image

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜାଗ୍ରତ ଓଡ଼ିଶାର କନଭେନର ଥିଲେ। ସେ ରାଜୀବ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଭିନ୍ନକ୍ଷମମାନଙ୍କୁ ନେଇ ରାଜୀବ ଗାନ୍ଧୀଙ୍କୁ ସ୍ୱାଗତ କରି ତାଙ୍କ ନଜରକୁ ଆସିଥିଲେ। ଏହାପରେ ଅନ୍ୟ ନେତାଙ୍କୁ ପଛରେ ପକାଇ ଥିଲେ  ଏବଂ ସୁବାସ ଚନ୍ଦ୍ର ନାୟକ ଟିକେଟ୍ ପାଇଥିଲେ। ରାଜୀବ ଗାନ୍ଧୀ ହିଁ ତାଙ୍କୁ ୧୯୯୧ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଥିଲେ। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ବହୁତ ଭୋଟରେ ବିଜୟୀ ହୋଇଥିଲେ। ସେ ଶ୍ରୀମା ଅରବିନ୍ଦଙ୍କ ଭକ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe