www.google.com
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ହୋଇଥିବା ଏକ ମନ୍ରେଗା ଯୋଜନାରେ ଅନିୟମିତତା ମାମଲାର ବିଚାର କରି ପୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ସୋମବାର ରାୟ ପ୍ରକାଶ କରିଛନ୍ତି। ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଡବନ୍ଧ ପଞ୍ଚାୟତର ପୂର୍ବ ଗ୍ରାମ ସେବକ ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌରହରି ସାହୁ ଓ ପୂର୍ବ ସରପଞ୍ଚ ସୌମିତ୍ରୀ ମିଶ୍ରଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ମାମଲା ଅନୁସାରେ ୨୦୦୬ରୁ ୨୦୦୯ ମଧ୍ୟରେ ପଞ୍ଚାୟତରେ ମନ୍ରେଗା ଯୋଜନାରେ ହୋଇଥିବା ଅନିୟମିତତା ଅଭିଯୋଗ ନେଇ ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ଟିଆ ନଂ. ୧/୨୦୧୪ରେ ବିଚାର ହୋଇଥିଲା। ସୋମବାର ପ୍ରକାଶିତ ରାୟରେ ପିଇଓ ଶ୍ରୀ ସାହୁଙ୍କୁ ୪ ବର୍ଷର ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର କୋର୍ଟ ପୁନର୍ବାର ଶ୍ରୀ ସାହୁଙ୍କୁ ୨ ବର୍ଷର ଜେଲ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ଆଜି ଶ୍ରୀ ସାହୁଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ସେହିପରି ପୂର୍ବ ସରପଞ୍ଚ ଶ୍ରୀ ଶ୍ରୀ ମିଶ୍ରଙ୍କୁ ୨ ବର୍ଷର ଜେଲ ସହ ୧୦ ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ ମାସର ଜେଲ ଦଣ୍ଡାଦେଣ ଦେଇଛନ୍ତି।। ପୂର୍ବ ଭିଜିଲାନ୍ସ ଡିଏସ୍ପି ଅନନ୍ତ ମାଝୀ ମାମଲାର ତଦନ୍ତ କରୁଥିବା ବେଳେ ସରକାରୀ ଓକିଲ ଭି.ଭି. ରାମଦାସ ମାମଲା ପରିଚାଳନା କରୁଥିଲେ।
Follow Us