ଓଡ଼ିଶା ସୀମାନ୍ତରେ ଗୁଳିକାଣ୍ଡ, ପୂର୍ବତନ ପିଏଲ୍‌ଏଫ୍‌ଆଇ ସଦସ୍ୟ ମୃତ

Advertisment
ଗୋଛାପଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର୍‌: ମାଓବାଦୀଙ୍କ ଗୁଳିରେ ୨ ଏସ୍‌ଓଜି ଯବାନ ଗୁରୁତର

News Nation

ରାଉରକେଲା/ନୂଆଗାଁ : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡରେ ଜଣେ ପୂର୍ବତନ ପିପୁଲ୍‌ସ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତ ପିଏଲ୍‌ଏଫଆଇ ସଦସ୍ୟ ହେଲେ ମଦନ ମାଝି (୪୫)।

ସୁନ୍ଦରଗଡ ବିଶ୍ରା ଥାନାରୁ ମାତ୍ର ୩୦ କି.ମି. ଦୂର ଝାଡ଼ଖଣ୍ଡ ବାନୋ ଥାନା ତଥା ହୁର୍ଦା ଫାଣ୍ଡି ଅନ୍ତର୍ଗତ ଜମତେଇ ଜଙ୍ଗଲରେ ଏହି ଗୁଳିକାଣ୍ଡ ହୋଇଥିଲା। ଜମତେଇ ଜଙ୍ଗଲରେ କୁକୁଡା ଲଢ଼େଇ, ସଟ୍ଟା ଖେଳକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା କୁହାଯାଉଛି। ମଦନ ସେଠାକୁ ଆସିଥିବା ସୂଚନା ପାଇ ପିଏଲ୍‌ଏଫଆଇ ସଦସ୍ୟମାନେ ପହଞ୍ଚି ଆଖି ବୁଜା ଗୁଳିଚାଳନା କରିଥିଲେ। ଗୁଳି ମଦନଙ୍କ ମୁଣ୍ଡରେ ବାଜିବାରୁ ସେ ଘଟଣାସ୍ଥଳରେ ବେହୋସ ହୋଇ ପଡ଼ିଯାଇଥିଲେ ବୋଲି କୁହାଯାଉଛି।

ଆଜି ଶବ ବ୍ୟବଚ୍ଛେଦ ପରେ ପୁଲିସ ମଦନଙ୍କ ମୃତ ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ମୃତ ମଦନ ମାଝିଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏହି ଘଟଣା ପରେ ଓଡ଼ିଶା ସୀମାନ୍ତରେ ଗାଁଗୁଡ଼କରେ ଆତଙ୍କ ଖେଳି ଯାଇଛି। ଘଟଣାରେ ସମ୍ପୃକ୍ତ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଧରିବାକୁ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe