ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ପୁରୀରେ ପହଞ୍ଚିବା ପରେ ଶ୍ରୀ କୋବିନ୍ଦ ପ୍ରଥମେ ରାଜଭବନ ଯାଇଥିଲେ। ସେଠାରୁ ଶ୍ରୀମନ୍ଦିର ଆସି ଉତ୍ତରଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ। ଫେରିବା ପରେ ଶ୍ରୀ କୋବିନ୍ଦ କହିଛନ୍ତି, ମହାପ୍ରଭୁଙ୍କୁ ଆଜି ଭଲରେ ଦର୍ଶନ କଲି।

ଏହି ଅବସରରେ ଦେଶବାସୀଙ୍କ ସୁଖ ଓ ସମୃଦ୍ଧିର କାମନା କରିଛି। ସାମ୍ବାଦିକମାନଙ୍କର ବି ଶୁଭ ମନାସିଥିଲି। ମହାପ୍ରଭୁଙ୍କ ବରିଷ୍ଠ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଜି ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ ପରେ ଦୀପଦାନ କରିଥିଲେ। ପରେ ନୀଳଚକ୍ରକୁ ଅନାଇ ପ୍ରଣାମ ଜଣାଇଥିଲେ। ଶ୍ରୀମନ୍ଦିର ହୁଣ୍ଡିରେ ଦାନ ବି ଦେଇଥିଲେ ବୋଲି ଶ୍ରୀ ସିଂହାରୀ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ସହିତ ରାଜ୍ୟପାଳ ପ୍ର‌‌ଫେସର୍ ଗଣେଶୀ ଲାଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe