ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ

Advertisment
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ

ବାରିପଦା : ବାରିପଦାସ୍ଥିତ କଂଗ୍ରେସର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବର୍ଗତାଃ ଗାନ୍ଧୀଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା।

ପରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ବିଜନ ଦାସ, ନିରୋଜ ଲୋଚନ ଦାଶ, ପ୍ରଦୀପ ମିଶ୍ର, ଅରବିନ୍ଦ ଦାସ, ଆଇନଜୀବୀ ଶାନ୍ତନୁ ପାଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ଘୋଷାଲ, ତୁଷାର ବେହେରା, ଦୀପକ କୁମାର ଦାସ, ଇତିଶ୍ରୀ ମିଶ୍ର, ଶୁଭସ୍ମିତା ବେହେରା, ରଶ୍ମିତା ମିଶ୍ର, ନିର୍ମଳ ପ୍ରଧାନ ଏବଂ ଦେବେନ୍ଦ୍ର ସିଂ ପ୍ରମୁଖ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବେ ବୋଲି ସଙ୍କଳ୍ପ ନେଇଥିଲେ । ସେହିପରି କଂଗ୍ରେସ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରି ଗଢ଼ି ତୋଳିବା ନିମନ୍ତେ ସମସ୍ତେ ଏକ ମନ ଓ ଏକ ପ୍ରାଣ ନେଇ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe