ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ

Advertisment
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳିତ

ବାରିପଦା : ସ୍ଥାନୀୟ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତରତ୍ନ ତଥା ଭାରତର ସର୍ବକନିଷ୍ଠ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମ ଜୟନ୍ତୀ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ଦଳୀୟ ନେତା କର୍ମୀମାନେ ସ୍ୱର୍ଗତଃ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ତାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ୨୦୦୮ରୁ ସ୍ବର୍ଗତଃ ଗାନ୍ଧୀଙ୍କର ଜନ୍ମ ଦିବସକୁ ସଦ୍ଭାବନା ଦିବସ ଭାବେ ପାଳନ କରାଯାଇଆସୁଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଶୋକ ଅଧିକାରୀ, ପ୍ରଦୀପ ମିଶ୍ର, ଅରବିନ୍ଦ ଦାସ, ଦଶରଥ ସିଂ, ଦୀପକ ଦାସ, ତପନ ସାହୁ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ରଶ୍ମୀତା ମିଶ୍ର, ଶୁଭସ୍ମିତା ବେହେରା, ଇତିଶ୍ରୀ ମିଶ୍ର, ନିର୍ମଳ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କୋଭିଡ୍ ସଂଯୋଜକ ଶାନ୍ତନୁ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe