ସରକାରୀ ଅର୍ଥ ତୋଷରପାତ ମାମଲା: ପୂର୍ବତନ ସରପଞ୍ଚ, ପିଇଓଙ୍କୁ ସଶ୍ରମ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଫୁଲବାଣୀ : ଏକ ସରକାରୀ ଅର୍ଥ ତୋଷରପାତ ମାମଲାର ଶୁଣାଣି କରି ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତର ତତ୍‌କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗୌରହରି ସାହୁ ଏବଂ ସରପଞ୍ଚ ସୌମିତ୍ରୀ ମିଶ୍ରଙ୍କୁ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି।

ପୂର୍ବତନ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କୁ ଅଦାଲତ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ତତ୍କାଳୀନ ସରପଞ୍ଚ ସୌମିତ୍ରୀ ମିଶ୍ରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନ‌ାଦେୟ ରହିଲେ ସରପଞ୍ଚଙ୍କୁ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ତେବେ, ଦୋଷୀସାବ୍ୟସ୍ତ ତତ୍କାଳୀନ ସରପଞ୍ଚ ଆଜି ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପାଇଛନ୍ତି।

ଘଟଣାରୁ ପ୍ରକାଶ, ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତର ନିର୍ବାହୀ ଅଧିକାରୀ ଗୌରହରି ସାହୁ ଏବଂ ସରପଞ୍ଚ ସୌମିତ୍ରୀ ମିଶ୍ର ପଞ୍ଚାୟତ ଅର୍ଥ ତୋଷରପାତ କରିଥିଲେ। ଏ ନେଇ ଫୁଲବାଣୀ ଭିଜିଲାନ୍ସ ପୁଲିସ ଗତ ୨୦୧୯ ମସିହାରେ ଏକ ମାମଲା ରୁଜୁ କରିଥିଲା। ଇତିମଧ୍ୟରେ ଗତ ୨୦୨୧ ମସିହା ଫେବ୍ରୁଆରି ୨୮ ତାରିଖରେ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe