ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

Advertisment
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବୁଧବାର ରାତି ୯ଟାରେ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ନିର୍ମମ ଭାବେ ହତ୍ୟା କରିଛନ୍ତି।

କୌଣସି କାମରେ ରାଜେନ୍ଦ୍ର ତାଙ୍କ ନିଜ ଗାଁ ଖଜାପଲ୍ଲୀରୁ କାର୍ ଯୋଗେ ଖଇରପଲ୍ଲୀ ଗ୍ରାମକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ନିକଟ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଦୁର୍ବୃତ୍ତମାନେ ବୋଲେରୋରେ ଆସି ତାଙ୍କୁ ଅଟକାଇଥିଲେ। କାର୍‌ ଡ୍ରାଇଭର୍ ଓ ରାଜେନ୍ଦ୍ରଙ୍କ ସହଯୋଗୀ ଜୀବନ ବଞ୍ଚାଇବାକୁ କାର୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। ରାଜେନ୍ଦ୍ରଙ୍କୁ କାର୍ ଭିତରୁ ଟାଣି ଆଣି ଦୁର୍ବୃତ୍ତମାନେ ଖଣ୍ଡାରେ ହାଣିଦେଇଥିଲେ। ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଆଖପାଖ ଗ୍ରାମବାସୀ ଆସିଯିବାରୁ ଦୁର୍ବୃତ୍ତମାନେ ଆଣିଥିବା ବୋଲେରୋକୁ ଛାଡ଼ି ପଳାଇଥିଲେ। କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଉଭୟ କାର୍ ଓ ବୋଲେରୋ ଜବତ କରିଛି। ତେବେ ପୁରୁଣା ବିବାଦରୁ ହିଁ ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି।

ସୂଚନାନୁସାରେ, କବିସୂର୍ଯ୍ୟନଗର ଥାନା ଦେଓଗାଁ ମୁଖ୍ୟରାସ୍ତାରେ ଗତବର୍ଷ ଜିତେନ୍ଦ୍ର ବିଷୋୟୀ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ଘଟଣା‌ରେ କିଛି ଅଭିଯୁକ୍ତ ବି ଗିରଫ ହୋଇଥିଲେ। କିନ୍ତୁ ହତ୍ୟା ପାଇଁ ରାଜେନ୍ଦ୍ର ହିଁ ଯୋଜନା କରିଥିବା ସନ୍ଦେହ କରି ବିପକ୍ଷ ଗୋଷ୍ଠୀ ପ୍ରତିଶୋଧ ନେବା ଲାଗି ଯୋଜନା କରିଥିଲେ। ଦୀର୍ଘ ୨୦ରୁ ୩୦ ବର୍ଷ ଧରି ଖଜାପଲ୍ଲୀ ଗ୍ରାମର ଏକ ଗୋଷ୍ଠୀ ସହ ରାଜେନ୍ଦ୍ରଙ୍କ ବିବାଦ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe