ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟା କଲା ପ୍ରବୀଣ ?

ମାଛ ଚାଷ ପାଇଁ ଲିଜ୍‌କୁ କେନ୍ଦ୍ର କରି ହତ୍ୟା ସନ୍ଦେହ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟା କଲା ପ୍ରବୀଣ ?

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟାକଲା ଅଭିଯୁକ୍ତ ପ୍ରବୀଣ ଧରୁଆ। ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ ପରେ ଅଧିକ ତଦନ୍ତ କରିଥିଲା ପୁଲିସ । ଆଉ ମାଛ ଚୋରି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପ୍ରଫେସର ଧ୍ରୁବରାଜ ୩ ବର୍ଷ ତଳେ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ ଆକାରରେ କାଙ୍କମାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ସର୍ଗିଗୁଡା ଗାଁର ପ୍ରବୀଣ ସହିତ କିଛି ବ୍ୟକ୍ତି ନିୟମିତ ସେହି ପୋଖରିରୁ ମାଛ ଚୋରି କରୁଥିଲେ ।

publive-image

ଏଥିପାଇଁ ଲିଜ ନେଇଥିବା ବ୍ୟକ୍ତି ଓ ପ୍ରବୀଣଙ୍କ ଭିତରେ କଥା କଟାକଟି ହେଉଥିଲା । ୧୫ ଦିନ ଆଗରୁ ଲିଜ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ। ପ୍ରବୀଣ ସହିତ ଅନ୍ୟ ଦୁଇଜଣ ମଧ୍ୟ ଏହି ଅଭିଯୋଗରେ ଜେଲ ଯାଇ ଜାମିନରେ ଗାଁକୁ ଫେରିଥିଲେ। ତେବେ ଫ୍ରଫେସର ଧ୍ରୁବରାଜଙ୍କ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ। ସେହି କାରଣରୁ ପ୍ରବୀଣ ଗତକାଲି ପ୍ରଫେସରଙ୍କ ଘରେ ପଶି ଗାଳିଗୁଲଜ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe