ପୂର୍ବତନ ଗାଁ କମିଟି ସଭାପତିଙ୍କୁ ଘରେ ପଶି ହତ୍ୟା; ରକ୍ତଭିଜା କୁରାଢ଼ି ମିଳିଲା, କାରଣ ଅସ୍ପଷ୍ଟ, ତନାଘନା ଜାରି

Advertisment
ପୂର୍ବତନ ଗାଁ କମିଟି ସଭାପତିଙ୍କୁ ଘରେ ପଶି ହତ୍ୟା; ରକ୍ତଭିଜା କୁରାଢ଼ି ମିଳିଲା, କାରଣ ଅସ୍ପଷ୍ଟ, ତନାଘନା ଜାରି

ଛତ୍ରପୁର: ଛତ୍ରପୁର ବ୍ଲକ ଓ ଚମାଖଣ୍ଡି ଥାନା ଅଧୀନ ରଘୁନାଥପୁର ଗାଁରେ ଆଜି ସନ୍ଧ୍ୟାରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବି.ଲିଙ୍ଗରାଜ ରେଡ୍ଡୀ (୪୫) ନାମକ ଯୁବକଙ୍କ ଘରେ ଦୁର୍ବୃତ୍ତ ମାନେ ପଶି ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗାଁ ମଝି ଘର ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ କେହି ନ ଜାଣିପାରିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

publive-image

ଲିଙ୍ଗରାଜଙ୍କ ୩ ଭାଇ ଓ ୩ ଭଉଣୀ। ପତ୍ନୀ ଓ ପୁଅ ପୁରୀରେ ରହୁଥିବା ବେଳେ ସେ ଦୁଇ ବର୍ଷ ହେଲା ଗାଁରେ ଏକୁଟିଆ ରହୁଥିଲେ। ୧୦ ବର୍ଷ ତଳେ ଲିଙ୍ଗରାଜ ଗାଁ କମିଟିର ସଭାପତି ମଧ୍ୟ ଥିଲେ। ଗତକାଲି ସନ୍ଧ୍ୟାରେ ଗାଁରେ ବୁଲୁଥିବା ବେଳେ ଲୋକମାନେ ତାଙ୍କୁ ଦେଖିଥିଲେ। କିନ୍ତୁ ଆଜି ଦିନ ସାରା ତାଙ୍କ ଦେଖା ମିଳି ନଥିଲା। ସନ୍ଧ୍ୟା ୭ଟାରେ ବେଳେ ତାଙ୍କ ଦାଣ୍ଡଘର କବାଟ ଅଧା ଖୋଲା ହୋଇ ରହିଥିଲା। ବଡ଼ଭଉଣୀ ଖାଇବାକୁ ଦେବାକୁ ଆସିଥିବା ବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିଲା। ଆଉ ଲିଙ୍ଗରାଜଙ୍କ ଶବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସହ ପାଖରେ ଏକ ରକ୍ତଭିଜା କୁରାଢ଼ି ‌ଦେଖିବାକୁ ମିଳିଥିଲା। ଲିଙ୍ଗରାଜଙ୍କ ଛାତି ତଳେ ଗଭୀର ଆଘାତ ଲାଗିଥିଲା।

ଲିଙ୍ଗରାଜଙ୍କ ଭଉଣୀ ସଙ୍ଗେ ସଙ୍ଗେ ଏହା ଗ୍ରାମବାସୀଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଅତିିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍‌ଡିପିଓ ଗୌତମ କିଶାନ, ଛତ୍ରପୁର ଥାନାଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ ଏବଂ ଚମାଖଣ୍ଡି ଥାନାଧିକାରୀ ସିତାଶୁଂ ‌ଶେଖର ମାନ୍ଧତା ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବକୁ ଜବତ କରାଯାଇନାହିଁ। ସାଇଣ୍ଟିଫିକ ଟିମ୍‌ ପହଞ୍ଚିବା ପରେ ଶବକୁ ଜବତ କରି ବ୍ୟବଛେଦ ଲାଗି ପଠାଯିବ। ଏ ସଂକ୍ରାନ୍ତରେ ଚମାଖଣ୍ଡି ଥାନାରେ କେସ୍ ନମ୍ବର ୧୬୬/୨୦୨୦ ଦଫା ୩୦୨ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe