ପୂର୍ବତନ ୱ‌ାର୍ଡସଭ୍ୟଙ୍କୁ ହତ୍ୟା: ବାଇକ୍‌ରେ ୩ କିମି ଘୋଷାଡ଼ି ନେଇ ଫିଙ୍ଗିଦେଲେ

Advertisment

ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଗାଁର ପୂର୍ବତନ ୱାର୍ଡମେମ୍ବର ତିରିସିଂ ମୁଠାମାଝୀ (୪୫)ଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ଅଭିଯୁକ୍ତମାନେ ଅତି ଅମାନୁଷିକ ଭାବେ ଶବକୁ ବାଇକ୍‌ରେ ଘୋଷାଡ଼ି ଆଣି....

ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଗାଁର ପୂର୍ବତନ ୱାର୍ଡମେମ୍ବର ତିରିସିଂ ମୁଠାମାଝୀ (୪୫)ଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ଅଭିଯୁକ୍ତମାନେ ଅତି ଅମାନୁଷିକ ଭାବେ ଶବକୁ ବାଇକ୍‌ରେ ଘୋଷାଡ଼ି ଆଣି....

fgfbvg

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଗାଁର ପୂର୍ବତନ ୱାର୍ଡମେମ୍ବର ତିରିସିଂ ମୁଠାମାଝୀ (୪୫)ଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ଅଭିଯୁକ୍ତମାନେ ଅତି ଅମାନୁଷିକ ଭାବେ ଶବକୁ ବାଇକ୍‌ରେ ଘୋଷାଡ଼ି ଆଣି ଗାଁଠାରୁ ପ୍ରାୟ ୩ କିଲୋମିଟର କଟାମା ଗାଁ ନିକଟରେ ପିଙ୍ଗି ଦେଇଛନ୍ତି। ‌ତେବେ ତିରିସିଂଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ। ଖବର ପାଇ ଅଡ଼ବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣା ପରେ ତୁରନ୍ତ ହତ୍ୟାକାରୀକୁ ଧରିବାକୁ ଗ୍ରାମବାସୀ ପାଣିଗଣ୍ଡାଠାରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ। ଏସ୍‌ଡିପିଓ ଅମିତାଭ ପଣ୍ଡାଙ୍କ ସମେତ ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌  ଆରମ୍ଭ କରିଛନ୍ତି। ଏ ନେଇ ଅଡ଼ବା ଥାନା କେସ୍‌ ନମ୍ବର ୨୬/୨୫ରେ ଏକ ମାମଲା ରୁଜୁ କରାଯାଇଛି।

ବାଇକ୍‌ରେ ୩ କିମି ଘୋଷାଡ଼ି ନେଇ ଫିଙ୍ଗିଦେଲେ
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପାଣିଗଣ୍ଡାରେ ରାସ୍ତା ଅବରୋଧ

ସୂଚନା ଅନୁସାରେ, ମୃତ ତିରିସିଂ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ଥିଲେ। ଗତବର୍ଷ ଏକ ହତ୍ୟା ଘଟଣାରେ ସେ ସାକ୍ଷୀ ଥିଲେ। ତେଣୁ ପୂର୍ବ ଶତ୍ରୁତାରୁ ହିଁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ତିରିସିଂ କୌଣସି କାମରେ ନିଜ ବାଇକ୍‌ରେ ପାଣିଗଣ୍ଡା ନିକଟସ୍ଥ ରାଇଗଣ୍ଡା ଗାଁକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳେ କଟାମା ଗାଁ ନିକଟରେ ତିରିସିଂଙ୍କ ବାଇକ୍‌ ସହ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାରକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe