ପଦୋନ୍ନତିରେ ଭୁଲି ଗଲେ ପୁଲିସ ମାନୁଆଲ୍ ନିୟମ

Advertisment

ଏସ୍‌ଆଇରୁ ଇନ୍ସପେକ୍ଟର ପାଇଁ ୬ ବର୍ଷ ୧୧ ମାସ କାର୍ଯ୍ୟକାଳକୁ ନେଇ ବିବାଦ

ଏସ୍‌ଆଇରୁ ଇନ୍ସପେକ୍ଟର ପାଇଁ ୬ ବର୍ଷ ୧୧ ମାସ କାର୍ଯ୍ୟକାଳକୁ ନେଇ ବିବାଦ

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

କଟକ: ଓଡ଼ିଶା ପୁଲିସରେ ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତିକୁ ନେଇ ବିଚିତ୍ର ହିସାବ ଏବେ ଯେତିକି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି, ସେତିକି ବିବାଦୀୟ ଆଉ ବିତର୍କର ବାଟ ଫିଟାଇଛି। ପଦୋନ୍ନତି ବିବାଦରେ ବାରମ୍ବାର ଅଦାଲତି ଝିନଝଟ୍‌ରେ ଫସୁ ଥିବା ଓଡ଼ିଶା ପୁଲିସର ଏଭଳି ପଦକ୍ଷେପ ପୁଣି ଏ ପ୍ରକାର ବିବାଦୀୟ ସ୍ଥିତିକୁ ଡାକି ଆଣୁଥିବା କୁହାଯାଉଛି। ପ୍ରଥମ କରି ପଦୋନ୍ନତି ପ୍ରକ୍ରିୟାରେ ସଂପୂର୍ଣ୍ଣ ବର୍ଷକୁ ମାପଦଣ୍ଡ ଭାବେ ନ ନେଇ ଭଗ୍ନ ବର୍ଷ, ଅର୍ଥାତ ବର୍ଷ-ମାସ ମାପଦଣ୍ଡ ଗ୍ରହଣ କରାଯାଇଛି। ସବଇନସପେକ୍ଟର ଭାବେ ୬ ବର୍ଷ ୧୧ ମାସ କାର୍ଯ୍ୟ କରିଥିବା ଅଫିସରଙ୍କୁ ଇନ୍ସପେକ୍ଟର ପଦବି ପାଇଁ ଯୋଗ୍ୟ ଭାବେ ଗ୍ରହଣ କରି ପଦୋନ୍ନତି ଦିଆଯାଇଛି। ଏହାର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପୂର୍ବରୁ ଜାନୁଆରି ପହିଲାରୁ ହିସାବ ନିଆ ଯାଉଥିବା ବେଳେ ଏଥର ବି ତା'ର ବ୍ୟତିକ୍ରମ ଘଟିଛି। ୨୦୦୯ ମସିହାରେ ପଦୋନ୍ନତି ପାଇଁ ୯ ବର୍ଷ, ୨୦୧୩ରେ ୫ ବର୍ଷ, ୨୦୧୬ରେ ୬ବର୍ଷର ଚାକିରି କାଳକୁ ବିଚାରକୁ ନିଆଯାଇଥିବା ବେଳେ ୨୦୨୧ରେ ଏଭଳି ୬ ବର୍ଷ ୧୧ ମାସର ହିସାବର ଉଦ୍ଦେଶ୍ୟ ବିବାଦର କାରଣ ହୋଇଛି।

ପୁଲିସ ମାନୁଆଲ ନିୟମ ଅନୁସାରେ ଜଣେ ସବ-ଇନ୍ସପେକ୍ଟରଙ୍କ  ପଦୋନ୍ନତି ପାଇଁ ଚାକିରି କାଳର ଅଭିଜ୍ଞତା ସବୁବେଳେ ୧ ଜାନୁଆରିକୁ ଆଧାର କରି ଗଣନା କରଯାଏ। ଏବଂ ସମ୍ପୂର୍ଣ କ୍ୟାଲେଣ୍ଡର ବର୍ଷକୁ ଅଭିଜ୍ଞତା ଭାବେ ଗଣନା କରାଯାଏ। ସିଏ ୯, ୮, ୫ ଅଥବା ୬ ବର୍ଷ ହେଉ। ମାତ୍ର ଏଥର ତାହାକୁ ବଦଳାଇ ଦିଆଯାଇଥିବାରୁ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଅନେକ ଯୋଗ୍ୟ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ମାସେ ଦୁଇ ମାସ ପାଇଁ ବି ପଦୋନ୍ନତିରୁ ବଂଚିତ ହୋଇଛନ୍ତି। ୨୦୧୬ ପରଠାରୁ ୫ ଥର ଇନ୍ସପେକ୍ଟର ପଦୋନ୍ନତି ହୋଇଥିଲେ ବି ଗ୍ରେଡେସନ୍ ତାଲିକା ପ୍ରସ୍ତୁତ ନହେବା ବି ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ପୁଲିସ ବିଭାଗର ଏଏସ୍ଆଇରୁ ଏଏସ୍‌ପି ପାହ୍ୟା ଯାଏ ପଦୋନ୍ନତି କ୍ଷେତ୍ରରେ ଏଭଳି ବିବାଦୀୟ ଆଉ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିଲେ ବି ବାରମ୍ବାର ଅନୁରୂପ ପଦକ୍ଷେପ ନିଆଯିବାର ଉଦ୍ଦେଶ୍ୟ ଏବେ ସନ୍ଦେହର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe