ଅଣ ଓସାରିଆ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ୍‌

ଅଣ ଓସାରିଆ ରାସ୍ତାରେ ଓଲଟିଲା ସାର ବୋଝେଇ ଟ୍ରକ୍‌

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଦୁନ୍ଦେଲ ଗ୍ରାସ ନିକଟରେ ଏକ ସାର ବୋଝେଇ ଟ୍ରକ ଓଲଟି ଥିବା ଜଣାପଡିଛି। ତେବେ ସାର ବୋଝେଇ ଟ୍ରକ୍‌ ଅଣ ଓସାରିଆ ରାସ୍ତରେ ଯାଉଥିବା ନଜରକୁ ଆସିଥିବା ବେଳେ ଏହାର କଳାବଜାରୀ ଉଦ୍ଦେଶ୍ୟରେ ନିଆ ଯାଉଥିବା ନେଇ ସନ୍ଦେହ ସ୍ରୁଷ୍ଟି ହୋଇଛି।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଲକ୍ଷ୍ମୀ ନାରାୟଣ ଟ୍ରେଡର୍ସ ଠାରୁ ଟ୍ରକ ନଂ(ଓଆର ୦୩ଇ ୦୮୩୫) ଯୋଗେ ସାର ବୋଝେଇ ହୋଇ ଭିତରିଆ ରାସ୍ତା ତଥା ଏକ ଅଣ ଓସାରିଆ ରାସ୍ତା ଦେଇ ଖୁଟଣାପାଣି ଗ୍ରାମ ଅଭିମୁଖେ ଯାଉଥିଲା।

ତେବେ ଲରମ୍ଭା ଥାନା ଅନ୍ତର୍ଗତ ଦୁନ୍ଦେଲ ଗ୍ରାମ ନିକଟସ୍ଥ ଏକ ଅଣ ଓସାରିଆ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରକ୍‌ ଓଲଟି ପଡ଼ିଥିବା ଜଣାପଡିଛି। ତେବେ ଏଥିରେ ଟ୍ରକ୍‌ରେ ଥିବା କାହାରି କିଛି କ୍ଷତି ଘଟି ନ ଥିବା ସୂଚନା ମିଳିଛି। ଅପରପକ୍ଷରେ ଟ୍ରକରେ ବୋଝେଇ ହୋଇଥିବା ସାର ସବୁକୁ ଲୋକ ଲଗାଇ ବାହାର କରିଥିବା ଜଣାପଡିଛି। ସଂପୃକ୍ତ ସାର ବୋଝେଇ ଟ୍ରକ୍‌ଟି ପାଟଣାଗଡ଼ ବ୍ଲକ ଖୁଟୁନାପାଣି ଗ୍ରାମର ସୁଦାମ ମେହେରଙ୍କ ପାଖକୁ ଯାଉଥିବା ନେଇ ସୂଚନା ମିଳିଛି। ତେବେ ଅଣଓସାରିଆ ରାସ୍ତାରେ ଯାଉଥିବା ସମୟରେ ସାର ବୋଝେଇ ଟ୍ରକ୍‌ ଓଲଟି ବାରୁ ସଂପୃକ୍ତ ଅଞ୍ଚଳବାସୀ ସନ୍ଦେହ ସୃଷ୍ଟି କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe