ପୋଷ୍ୟ ସ୍କୁଲ ଗ୍ରହଣ‌: ଆଗରେ ଓଇଏସ୍‌

Advertisment

ପ୍ରାୟ ୬୦ ଜଣ ସ୍କୁଲକୁ ପୋଷ୍ୟ ଭାବେ ଆପଣାଇଲେଣି

ପ୍ରାୟ ୬୦ ଜଣ ସ୍କୁଲକୁ ପୋଷ୍ୟ ଭାବେ ଆପଣାଇଲେଣି

‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ମୁଖ୍ୟମନ୍ତ୍ରୀଙ୍କ ଚିଠିର ମାସକ ପରେ ବି ଉତ୍ସାହ ନାହିଁ
ପିଲାଙ୍କ ବିଜ୍ଞାନ ଜ୍ଞାନ ବଢ଼ାଇବାକୁ ଶିକ୍ଷକଙ୍କୁ ତାଲିମ

ଭୁବନେଶ୍ବର : ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଜାନୁଆରି ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ବିଧାୟକ, ସାଂସଦଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ। ଜଣେ ବ୍ୟକ୍ତିବିଶେଷ ଅତି ବେଶିରେ ୩ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ସ୍ପଷ୍ଟ କରିଥିଲେ। ତେବେ ଇତି ମଧ୍ୟରେ ମାସେ ବିତି ଯାଇଥିଲେ ମଧ୍ୟ ନେତା, ମନ୍ତ୍ରୀମାନଙ୍କ ମଧ୍ୟରେ ସେଭଳି ଆଗଭର ଦେଖିବାକୁ ମିଳି ନାହିଁ। ବିଜେଡିର ୧୩ ମନ୍ତ୍ରୀ ଓ ୧୧ଜଣ ବିଧାୟକ ପୋଷ୍ୟସ୍କୁଲ ଗ୍ରହଣ କରିଥିବା ବେଳେ ଜଣେ ବି ହେଲେ ବିଜେପି ବିଧାୟକ ଏପର୍ଯ୍ୟନ୍ତ ପୋଷ୍ୟ ସ୍କୁଲ ଗ୍ରହଣ କରି ନାହାନ୍ତି। ତେବ‌େ ଦୁଇଜଣ କଂଗ୍ରେସ ବିଧାୟକ ଚିଠି ଲେଖି ଆଗ୍ରହ ପ୍ରକାଶ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଓଇଏସ୍‌(ଓଡ଼ିଶା ଶିକ୍ଷା ସେବା) ଅଧିକାରୀମାନେ ବହୁ ପରିମାଣରେ ଆଗଭର ଦେଖାଇଛନ୍ତି। ପ୍ରାୟ ୬୦ ଜଣ ଅଧିକାରୀ ପୋଷ୍ୟ ସ୍କୁଲ ଗ୍ରହଣ କରିଛନ୍ତି। ନିଜେ ପଢ଼ିଥିବା କିମ୍ବା କାର୍ଯ୍ୟ କରୁଥିବା ସ୍କୁଲଗୁଡ଼ିକୁ ସେମାନେ ପୋଷ୍ୟ ଭାବେ ଆପଣାଇଛନ୍ତି। ଏମିତିକି ଓଇଏସ୍‌ ଯୋଗ୍ୟତାଧାରୀ କେତେଜଣ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ନିଜେ କାର୍ଯ୍ୟ କରୁଥିବା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିସାରିଲେଣି। ଆର୍ମି, ଡାକ୍ତର, ଆଇନଜୀବୀ, ଆଇପିଏସ୍‌, ଆଇଏଫଏସ୍‌, ପ୍ରଫେସର, ସାମ୍ବାଦିକ ବି ପୋଷ୍ୟ ସ୍କୁଲ ଗ୍ରହଣ କରି ଅନ୍ୟମାନଙ୍କ ଲାଗି ପ୍ରେରଣା ସୃଷ୍ଟି କରିଛନ୍ତି।

ଫେବ୍ରୁଆରି ୨୫ ତଥା ଆଜି ସୁଦ୍ଧା ୨୪୨ ଜଣ ବ୍ୟକ୍ତିବିଶେଷ ୩୧୫ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ୧୩ ଜଣ ମନ୍ତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଜାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସା‌ରକା, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରମୁଖ ରହିଛନ୍ତି। ହାତଗଣତି ସାଂସଦ ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ବେଳେ ବିଧାୟକଙ୍କ ସଂଖ୍ୟା ୧୫ ଟପି ପାରିନାହିଁ।

ଅନ୍ୟପକ୍ଷରେ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷାକୁ ଗୁରୁତ୍ବ ଦେବା ସହ ପିଲାଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଭର୍ଚୁଆଲ୍‌ ଲର୍ଣ୍ଣିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ‘ମୋ ସ୍କୁଲ ଅଭିଯାନ’ରେ ପିଲାଙ୍କୁ ଉତ୍ତମ ଓ ଗୁଣବତ୍ତା ଶିକ୍ଷାଦାନ ଲାଗି ଶିକ୍ଷକଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ ଆପ୍ଲାଏଡ୍‌ ସାଇନ୍ସ ଓ ପ୍ରାକ୍ଟିକାଲ ସାଇନ୍ସରେ କିଭଳି ଭଲ ପ୍ରଦର୍ଶନ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୨୬୭ଜଣ ଶିକ୍ଷକ ରସାୟନ ବିଜ୍ଞାନରେ ଭର୍ଚୁଆଲ ପ୍ରଶିକ୍ଷଣ ନେଇସାରିଛନ୍ତି। ଆଗକୁ ଆହୁରି ଶିକ୍ଷକଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଶିକ୍ଷଣ ନେଇଥିବା ଶିକ୍ଷକମାନେ ପିଲାଙ୍କୁ ବିଜ୍ଞାନ ପଢ଼ାଇବେ। ଥିଓରି ଅପେକ୍ଷା ପ୍ରାକ୍ଟିକାଲକୁ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe