ମିଳିଲା ମହନ୍ତ ନରେନ୍ଦ୍ର ଗିରିଙ୍କ ଗାଁ ଠିକଣା: ୫୨ ବର୍ଷ ତଳେ ଛାଡ଼ିଥିଲେ ପାଣିଷଣ୍ଡା ଘର

Advertisment
ମିଳିଲା ମହନ୍ତ ନରେନ୍ଦ୍ର ଗିରିଙ୍କ ଗାଁ ଠିକଣା: ୫୨ ବର୍ଷ ତଳେ ଛାଡ଼ିଥିଲେ ପାଣିଷଣ୍ଡା ଘର

ଭୋଗରାଇ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି  ତଥା ଉତ୍ତର ପ୍ରଦେଶ ପ୍ରୟାଗରାଜ ଠାରେ ଥିବା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ଅସ୍ବାଭାବିକ ମୃତ୍ୟୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର  ବିଷୟ ପାଲଟିଛି। ଏପରିକି ଉତ୍ତର ପ୍ରଦେଶ ପୁଲିସ ଓ ସିବିଆଇ ମୃତ୍ୟୁର ରହସ୍ୟ ଉନ୍ମୋଚନରେ ଲାଗିଥିବା ବେଳେ ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ବୋଲି ଜଣାପଡ଼ିଛି।

ନରେନ୍ଦ୍ର ଗିରିଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପାଣିଷଣ୍ଡା ଗାଁରେ ବୋଲି ଦାବି କରିଛନ୍ତି ପରିବାର ଲୋକେ। ୫୨ ବର୍ଷ ତଳେ ବୈରାଗ୍ୟ ପ୍ରକାଶ କରି ସେ ଘରୁ ଚାଲିଯାଇଥିଲେ। ଦଶବର୍ଷ ତଳେ ସେ ନିଜ ଗାଁକୁ ଆସି ଘରେ ୧୫ ଦିନ ରହି ପୁଣି ମଠକୁ ଫେରି ଯାଇଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଦୁଇ ଭାଇ ଲକ୍ଷ୍ମୀକାନ୍ତ ଓ ପୂର୍ଣ୍ଣଚନ୍ଦ୍ର ପ୍ରକାଶ କରିଛନ୍ତି। ଏପରିକି ପରେ ମଧ୍ୟ ନରେନ୍ଦ୍ର ତାଙ୍କ ପରିବାର ଲୋକଙ୍କ ସହିତ ଅନେକ ଥର ଫୋନ ଯୋଗେ କଥା ବାର୍ତ୍ତା ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ତେଣୁ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଖବର ବିଭିନ୍ନ ଗଣମାଧ୍ୟମରେ ଦେଖିବା ପରେ ସେମାନେ ତାଙ୍କୁ ଚିହ୍ନି ପାରିଥିବା କହିଛନ୍ତି। ମୃତ୍ୟୁ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe