କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

Advertisment
କଳାହାଣ୍ଡି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ପଟ୍ଟାଏତ ସାହୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ପ୍ରଫେସର ଗୋପବନ୍ଧୁ ବେହେରା, ଜଗନ୍ନାଥ ମୁଣ୍ଡ, ଉମାଶାଙ୍କର କର, ସୁରଜିତ ସିଂ, ରାମଚନ୍ଦ୍ର ମିଶ୍ର, କେ.ଭି. ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କର୍ଣ୍ଣେଲ ଡ଼. ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିଜିସି ଡ. ନିବେଦିତା ନାଥ, ସିଏଫ୍‌ଓ ସୁରେଶ ପିଡିସିକା, କୁଳସଚିବ ପିତାମ୍ବର ଭୋଇଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଇଂରାଜୀ ବିଭାଗ ମୁଖ୍ୟ ମେଜର ଡ. ଜୟଦେବ ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଏହି ଅବସରରେ ଏକ ପୁସ୍ତକମେଳା ଆୟୋଜନ କରାଯାଇଥିଲା। କଳାହାଣ୍ଡି ବିଶ୍ବବିଦ୍ୟାଳୟ ଦ୍ୱାରା ରେଫଲଜେଣ୍ଟ ଓଡ଼ିଶା ପୁସ୍ତକ ଲୋକାର୍ପିତ ହୋଇଥିଲା। ଏଥିସହ ଡ. ରାମଚନ୍ଦ୍ର ମିଶ୍ରଙ୍କ ପୁସ୍ତକ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଲୋକ ଦେବଦେବୀ ଓ ଲୋକ ବିଶ୍ୱାସ ଲୋକାର୍ପିତ ହୋଇଥିଲା। ସନ୍ଧ୍ୟାରେ ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଭାଇସ୍‌ ଚାନ୍ସେଲର କପ୍ ଇଂରାଜୀରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଇଂରାଜୀ ବିଭାଗର ନଗେଶ ଚନ୍ଦ୍ର ନିଆଲ ପ୍ରଥମ, ନୃତତ୍ତ୍ବ ବିଭାଗର ଶୁଭଶ୍ରୀ ପ୍ରିୟଦର୍ଶିନୀ ଦ୍ଵିତୀୟ ଓ ସାମାଜିକ ବିଜ୍ଞାନ ବିଭାଗର ଝାନ୍ସି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାଇସ ଚାନ୍ସେଲର୍ କପ୍ ଓଡ଼ିଆରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପ୍ରଥମ, ପଞ୍ଚାୟତ କଲେଜ ଧର୍ମଗଡ଼ର ରୋହିତ ନିଆଲ ଦ୍ଵିତୀୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଉତ୍କଳ ବାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏମ୍ପ୍ଲୟି ଅଫ୍‌ ଦ ଇୟର ଭାବେ ଭାଗ୍ୟବତୀ ନାଏକ ଓ ଷ୍ଟୁଡେଣ୍ଟ ଅଫ ଦ ଇୟର ଭାବେ ଶୁଭମ ମହାକୁଡ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ପ୍ରେରଣାଦାୟୀ ବକ୍ତୃତାମାଳା ଉତ୍ତିଷ୍ଠତର ୧୨୧ତମ ଭାଗରେ କଳାହାଣ୍ଡିର ମାନଚ୍ଚିତ୍ରରେ ଥୁଆମୂଳ ରାମପୁର ପ୍ରସଙ୍ଗରେ ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନ୍ନା ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe