ନିଜେ ନିଜର କ୍ଷେତ୍ର ବାଛ, ସେଥିରେ ଶ୍ରେଷ୍ଠ ହୁଅ: ମୁଖ୍ୟ ସଚିବ

Advertisment

ଆଇଆଇଟି, ଭୁବନେଶ୍ୱରରେ ୧୦ମ ପ୍ରତିଷ୍ଠା ଦିବସ

ଆଇଆଇଟି, ଭୁବନେଶ୍ୱରରେ ୧୦ମ ପ୍ରତିଷ୍ଠା ଦିବସ

ନିଜେ ନିଜର କ୍ଷେତ୍ର ବାଛ, ସେଥିରେ ଶ୍ରେଷ୍ଠ ହୁଅ: ମୁଖ୍ୟ ସଚିବ

ଭୁବନେଶ୍ୱର : ‘‘ପୂର୍ବ ଭଳି ଆଜି ପୁସ୍ତକ ପଠନ ଜ୍ଞାନାର୍ଜନର ଏକମାତ୍ର ମାଧ୍ୟମ ନୁହେଁ। ବର୍ତମାନର ଜ୍ଞାନ ଜଗତରେ ନିଜେ ନିଜ ପାଇଁ ଏପରି ଅଭିନବ କ୍ଷେତ୍ର ଅନେ୍ଵଷଣ କର, ଯେଉଁଥିରେ ଶ୍ରେଷ୍ଠ ହୋଇପାରିବ।’’ ଆଜି ଆଇଆଇଟି, ଭୁବନେଶ୍ୱରର ୧୦ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ମର୍ମରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆଇଆଇଟି, ଅରଗୁଳ ପରିସରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଲେ, ଏଭଳି ଯୁଗରେ ଡିଜିଟାଲ୍‌ ତଥ୍ୟ ସମ୍ବନ୍ଧୀୟ ଗବେଷଣାର ଆବଶ୍ୟକତା ଅଧିକ, ଯାହାଫଳରେ ନୂଆ ବୈଷୟିକ ଜ୍ଞାନକୌଶଳ ଅବଲମ୍ବନ କରି ବୈଷୟିକ ଲକ୍ଷ୍ୟସ୍ଥଳରେ ଭାରତକୁ ସ୍ଥାପନ କରିହେବ। ଗତ ୧୦ ବର୍ଷରେ ଆଇଆଇଟିର ଅଭିବୃଦ୍ଧି ସଂପର୍କରେ ଏହାର ନିର୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର କହିଲେ, ଏହାର ସିଟ୍‌ ସଂଖ୍ୟା ବର୍ତମାନ ୧୬ ଶହ ଟପିସାରିଛି। ଖୁବଶୀଘ୍ର ଏହା ୩ ହଜାରରେ ପହଞ୍ଚିବ। ସାମୁଦ୍ରିକ ବ୍ୟବହାର ଉପରେ ଅଧିକ ଗବେଷଣା ପାଇଁ ଆଇଆଇଟି ତରଫରୁ ବ୍ରହ୍ମପୁରର ଲଡ଼ିଗାଁରେ କୋଷ୍ଟାଲ୍‌ ଅବର୍ଜଭେଟୋରି ଆରମ୍ଭ ହୋଇଥିବା ସେ କହିଥିଲେ।

ପଲିସି ଷ୍ଟଡିଜି, ନିର୍ଦେଶକ ସି. ଉଦୟ ଭାସ୍କର ରେଡ୍ଡୀ ତାଙ୍କ ବକ୍ତବ୍ୟରେ ଜାତୀୟ ନିରାପତ୍ତା ପ୍ରତି ଯୁବ ନାଗରିକମାନଙ୍କର କି କି ଅବଦାନ ରହିବା କଥା ସେ ସଂପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଶିକ୍ଷା, ସେବା, କ୍ରୀଡ଼ା, ନୃତ୍ୟ, କଳା, ଫଟୋଗ୍ରାଫି ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ମୁଖ୍ୟ ସଚିବ ଅଧ୍ୟାପକ, ଷ୍ଟାଫ, ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଆଇଆଇଟି ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଭି.ଆର. ପେଡିରେଡ୍ଡୀ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe