ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୪ଟି ପୃଥକ ମାମଲାରେ ମୋଟ ୪୬ ଲିଟର ଦେଶୀମଦ, ପୋଚ ଆଦି ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ମଳିପଡ଼ା ଠାରେ ଚଢ଼ଉ କରାଯାଇ ରଞ୍ଜନା ବରାଳ (୪୦)ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୧୫ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିଭଳି ଦଧିମାଛଗାଡ଼ିଆ ନିକଟରୁ ଅର୍ଜୁନ ନାୟକ (୨୭)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ, ଗଡ଼ଖୋର୍ଦ୍ଧା ଠାରୁ ଭଗବାନ ବେହେରା (୫୫)ଙ୍କ ଠାରୁ ୧୬ଲିଟର ଓ ଭାଲିଆବାଡ଼ିର ଧୀର ବେହେରା (୫୪)ଙ୍କ ଠାରୁ ୫ଲିଟର ଦେଶୀ ମଦ ଜବତ କରାଯାଇଥିଲା। ସେମାନଙ୍କ ବିରୋଧରେ ଯଥାକ୍ରମେ ଖୋର୍ଦ୍ଧା ଅବକାରୀ ଥାନା ମାମଲା ନଂ ୮୭, ୮୮, ୮୯ ଓ ୯୦ /୨୦୨୩ରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ନୂତନ ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
୪୬ ଲିଟର ଦେଶୀ ମଦ ଜବତ, ୪ ଗିରଫ
Advertisment
Follow Us