ଏମ୍‌ଭିଆଇ ସ୍କ୍ବାଡ୍ କହି ଲୁଟ୍‌: ୪ ଅଭିଯୁକ୍ତ ଗିରଫ; ଗାଡ଼ି, ଟଙ୍କା ଜବତ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ବାଲିକୁଦା : ଏମ୍‌ଭିଆଇ (ମଟର ଭେହିକଲ୍‌ ଇନ୍ସପେକ୍ଟର୍‌) କହି ଲୁଟ୍‌ କରୁଥିବା ୪ ଜଣ ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ପୁଲିସ ହାତରେ ଧରାପଡ଼ିଛନ୍ତି। ୪ ନକଲି ଏମ୍‌ଭିଆଇ (ମଟର ଭେହିକଲ୍‌ ଇନ୍ସପେକ୍ଟର୍‌) କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

୪ ଅଭିଯୁକ୍ତ କଟକ-ମାଛଗାଁ ମୁଖ୍ୟ ରାସ୍ତାରେ ଗାଡ଼ିଚାଳକମାନଙ୍କୁ ଲୁଟ୍‌ପାଟ କରୁଥିଲେ। ଗତକାଲି ମଧ୍ୟ ଏରସମା ଥାନା ଅଧୀନ ସିହା ଗାଁର ରଂଜନ ସ୍ବାଇଁଙ୍କୁ ଏମାନେ ଅଟକାଇ ତାଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ବାବଦ ନେଇଥିଲେ। ତାହା ପୁଣି ଗୁଗୁଲ୍‌ ପେ ଜରିଆରେ। ଏନେଇ ଶ୍ରୀ ସ୍ବାଇଁ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିବାପରେ ବାଲିକୁଦା ପୁଲିସ ଏକ ମାମଲା (୨୮/୨୨) ରୁଜୁ କରିବା ସହିତ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଜଗି ଶେଷରେ ଏହି ରୢା‌କେଟ୍‌ର ସଦସ୍ୟମାନଙ୍କୁ ଗିରଫ କରିଥିଲା। ଘଟଣାର ମାଷ୍ଟର୍‌ମାଇଣ୍ତ୍‌ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଶୁକ୍ରବାର କୋର୍ଟଚାଲାଣ କରିଛି। ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଆଳିପିଙ୍ଗଳ ଉପ-କାରାଗାରକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ଲୁଟ୍‌ ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଓ ଏକ ଆପାଚି ବାଇକ୍ ଜବତ କରିଛି।

ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଥାନା ରାଇବରେଇ ଗାଁର ବିକ୍ରମ ପରିଡ଼ା, ବାଲିକୁଦା ଥାନା ଅରିଲୋ ଗାଁର ଅଶୀର୍ବାଦ ନାୟକ, ଅଜୟ ବାରିକ ଓ ଚିତ୍ତରଂଜନ ବାରିକ। ଏମାନଙ୍କ ବୟସ ୨୦ ରୁ ୨୬ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe