ଧର୍ମଶାଳା ନାବାଳିକା ନିର୍ଯାତନା ମାମଲା: କନଷ୍ଟେବଳଙ୍କ ସମେତ ୪ ଗିରଫ

ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ପୁଲିସର ଖାକିରେ ପୁଣି ଲାଗିଛି ଦାଗ। ଧର୍ମଶାଳା ନାବାଳିକା ଅପହରଣ ଏବଂ ନିର୍ଯାତନା ମାମଲାର ପୁଲିସ ଲିଙ୍କ୍‌ ସ୍ପଷ୍ଟ ହୋଇଛି। ମାମଲାରେ ଧର୍ମଶାଳା ଥାନାର କନେଷ୍ଟବଳ ଦଂପତିଙ୍କ ସଂପୃକ୍ତି ଅଭିଯୋଗ ଉଠିବା ପରେ ଆଜି ମୁଖ୍ୟ ଅଭିଯୁକ୍ତର ଭିଣୋଇକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ହାଜତକୁ ଯିବାକୁ ପଡ଼ିଛି। ଫଳରେ ମାମଲାରେ ଗିରଫ ସଂଖ୍ୟା ଏବେ ୮ରେ ପହଞ୍ଚିଛି।

ଆଜି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ)ଙ୍କ ଭିଣୋଇ ଧର୍ମଶାଳା ଥାନାର କନଷ୍ଟେବଳ ସନ୍ତୋଷ ବାରିକ, ମାଉସୀ ପୁଷ୍ପାଞ୍ଜଳି ବେଉରା(ସୁକିନ୍ଦା), ମାମୁପୁଅ ଭାଇ ମୋହନ ମହାନ୍ତି ଓ ସହଯୋଗୀ ଅବଦୁଲ ରହେମନ୍। ପୂର୍ବରୁ ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମିଲତନଗର ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ସତ୍ୟନାରାୟଣ(ପିଣ୍ଟୁ), ତା'ର ଦୁଇ ଭଉଣୀ ମିର୍ଜାପୁର (ସାଲେପୁର) ଗ୍ରାମର ବନିତା ପରିଡା (ବନି), କଟକ ଚାଉଳିଆଗଞ୍ଜର କବିତା ସାହୁ (ପିଙ୍କି) ସହ ଭାଇ ରୁଦ୍ରନାରାୟଣ ସାମଲ (ମିଟୁ)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ପିଣ୍ଟୁଙ୍କ ଭଉଣୀ ତଥା ଆଜି ଗିରଫ କନେଷ୍ଟବଳ ସନ୍ତୋଷଙ୍କ ପତ୍ନୀ କନଷ୍ଟେବଳ ରଞ୍ଜିତା ସାମଲ ସଂପୃକ୍ତ ବୋଲି ପୀଡ଼ିତା ଅଭିଯୋଗ କରିବା ସହିତ ବିରୋଧୀ ବିଜେପି ଓ କଂଗ୍ରେସ ଗିରଫ ପାଇଁ ଦାବି କରିଆସୁଛନ୍ତି। ମାତ୍ର ରଞ୍ଜିତା ଗତକାଲି ରାତିରେ ହୃଦ୍‌ଘାତର ଶିକାର ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe