India Today
ସୋନପୁର : ଗତ ଜୁନ୍ ମାସ ୭ ତାରିଖରେ ସୋନପୁରସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରୁ ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ବ୍ୟାଙ୍କ ଆକାଉଣ୍ଟରୁ ଜାଲ୍ ଚେକ୍ ବ୍ୟବହାର କରି ତଥା କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରି ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ହଡ଼ପ ହୋଇଥିଲା। ଏ ନେଇ ଜୁନ୍ ୧୦ ତାରିଖରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଉକ୍ତ ଘଟଣାର ପର୍ଦ୍ଦାଫାସ୍ କରି ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଫେରାର୍ ଅଛନ୍ତି। ଏ ନେଇ ରବିବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ୍ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ କୁଚବିହାର ଅଞ୍ଚଳର ଅଭିଷେକ ସରକାର, କୁଚବିହାର ଜିଲ୍ଲା କୋଟୱାଲି ଥାନା ବିସି ରୋଡ ପଞ୍ଚତଲାର ସବୁଜ ଘୋଷ (୨୬), ବକ୍ସିଘାଟ ଥାନା ନଗୁରହାଟର ସୁବାସ ଦାସ (୩୩) ଓ ବିୟୁଟି ଦାସ (୩୦), କୋଟୱାଲି ଥାନା ହଜାରପଡ଼ାର ଦ୍ରୌପଦୀ ଓରଫ ସବିତା ଦେ ସରକାର (୬୦)। ତେବେ, ଅନ୍ୟ ୨ ଅଭିଯୁକ୍ତ ଅଭିଷେକ ସରକାର ଏବଂ ସାଥୀ ଦତ୍ତା ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ବି ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
Follow Us