ଗୁଣିଗାରେଡ଼ି ସନ୍ଦେହରେ ମାଡ଼ ମାରି ମୁହଁରେ ମଳ ବୋଳିଲେ! ୪ ଗିରଫ

Advertisment

୨୬ଜଣଙ୍କ ନାଁରେ ମାମଲା ରୁଜୁ

୨୬ଜଣଙ୍କ ନାଁରେ ମାମଲା ରୁଜୁ

ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Image Courtesy of India Today

ତୁଷୁରା: ଏବେ ବି ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ। ବ୍ୟାପକ ସଚେତନତା ସୃଷ୍ଟି ସତ୍ତ୍ବେ ବିଭିନ୍ନ ସ୍ଥାନରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଅଘଟଣ ଘଟୁଛି। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ଶିରାବାହାଲ ଗାଁରେ ବି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗୁଣିଗାରେଡ଼ିକୁ କେନ୍ଦ୍ର କରି ଦୁଇଟି ପରିବାରର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଗାଁ ବୈଠକରେ ଜଣଙ୍କ ମୁହଁରେ ବିଷ୍ଠା ଲଗାଇ ଦିଆଯିବା ଓ ମାଡ଼ ମରାଯିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୋଟ ୨୬ଜଣଙ୍କ ନାମରେ ମାମଲା ରୁଜୁ  ହୋଇଛି ଏବଂ ୪ ଜଣଙ୍କୁ ଗିରଫ କରାଯାଇଛି। ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଶିରାବାହାଲ ଗାଁର ଶୁକ୍ରୁ ନାଗ ଗୁଣିଗାରେଡ଼ି କରୁଥିବା ନେଇ ସେହି ଗାଁର ବିରଂଚି ଛତ୍ରିଆ ସନ୍ଦେହ କରୁଥିଲେ। ଏହାକୁ ନେଇ ଗତ ତିନିଦିନ ହେଲା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗାଳିଗୁଲଜ ହୋଇ ଆସୁଥିଲା। ଶୁକ୍ରବାର ବିରଞ୍ଚି ଗାଁର ଏକ ସ୍କୁଲରେ ସଭା କରୁଥିଲେ। ଏହି ସଭାକୁ ରଘୁ ଛତ୍ରିଆଙ୍କ ଜରିଆରେ ଶୁକ୍ରୁଙ୍କୁ ଡକାଯାଇଥିଲା। ସେଠାରେ ଗୁଣିଗାରେଡ଼ିକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହାପରେ ବିରଂଚି ଗୋଟିଏ ବିଷ୍ଠା ଦନା ଶୁକ୍ରୁଙ୍କ ମୁହଁରେ ଲଗାଇ ଦେବା ସହ ଶୁକ୍ରୁ ଓ ରଘୁଙ୍କୁ ମାଡ଼ ମାରିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ରଘୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁଡ଼ଭେଲା ଚିକିତ୍ସାଳୟ ଓ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ରାତିରେ ଶୁକ୍ରୁ ଛତ୍ରିଆ ତୁଷୁରା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ତୁଷୁରା ଥାନା ପୁଲିସ କେସ୍‌ ନଂ ୪୭/୨୧ରେ ୧୬ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଶନିବାର ପୁଲିସ ବିରଂଚି ଛତ୍ରିଆ(୫୦ବର୍ଷ), ତାଙ୍କ ପତ୍ନୀ କାଂଚନ ଛତ୍ରିଆ(୩୫ବର୍ଷ), ମିଥୁନ ଛତ୍ରିଆ(୨୫ବର୍ଷ) ଓ ବାପୀ ମହାନନ୍ଦ(୨୨ବର୍ଷ)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ବିରଂଚିଙ୍କ ସ୍ତ୍ରୀ କାଂଚନ ଛତ୍ରିଆ ମଧ୍ୟ ତୁଷୁରା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ସ୍କୁଲରେ ସଭା ଚାଲୁଥିବା ସମୟରେ ଶୁକ୍ରୁ ଓ ରଘୁଙ୍କ ସମେତ ଅନ୍ୟ ଆଠଜଣ ଆସି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି କାଂଚନ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ତୁଷୁରା ପୁଲିସ ଥାନା କେସ୍‌ ନଂ ୪୮/୨୧ରେ ୧୦ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe