ବୁର୍ଲା ସେଣ୍ଟ୍ରାଲ୍‌ ଲାଇନ୍‌ରେ ଡବଲ୍‌ ମର୍ଡର ଘଟଣା: ୪ ଅଭିଯୁକ୍ତ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ସମ୍ବଲପୁର: ମଙ୍ଗଳବାର ରାତିରେ ବୁର୍ଲା ସେଣ୍ଟ୍ରାଲ୍‌ ଲାଇନ୍‌ରେ ଗୋଟିଏ ପରିବାର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେଣ୍ଟ୍ରାଲ୍‌ ଲାଇନ୍‌ର ଲକ୍ଷ୍ମଣ ବିଶୋୟୀ ଓରଫ୍‌ ବୁଲୁ (୩୪)ଙ୍କର ରାତି ୧୦ଟା ବେଳେ ଡାକ୍ତରଖାନା ପହଞ୍ଚିବା ବେଳକୁ ମୃତ୍ୟୁ ହୋଇ ସାରିଥିଲା ବେଳେ ତାଙ୍କ ସାନ ଭାଇ ସୁଜିତ ବିଶୋୟୀ ଓରଫ ମୁନ୍ନା (୩୦) ବୁଧବାର ଭୋର ୩ଟା ବେଳେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ବୁଲୁ ଓ ମୁନ୍ନାଙ୍କ ପିତା ପୀତବାସ ବିଶୋୟୀ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ପୀତବାସଙ୍କ ପତ୍ନୀ ସଂଗୀତା ବିଶୋୟୀ (୪୭) ଓ ସଂପର୍କୀୟ ନରେନ୍ଦ୍ର ଭାଣ୍ଡେରକର (୫୨) ବିପଦମୁକ୍ତ ଅଛନ୍ତି। ବୁଧବାର ଶବ ବ୍ୟବଚ୍ଛେଦ ପରେ ବୁର୍ଲା ଶ୍ମଶାନରେ ଏକା ସାଂଗରେ ମୃତ ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସାନ ଭାଇ ଅନିଲ ବିଶୋୟୀ ମୁଖାଗ୍ନି ଦେଇଥିଲେ।

ଏହି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ବୁର୍ଲା ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ସେଣ୍ଟ୍ରାଲ୍‌ ଲାଇନ୍‌ର ସଂଜୀବ ସୁନା ଓରଫ ସେନା (୩୦) ସମେତ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନେ ହେଲେ ଶିବୁ ଛତ୍ରିଆ (୨୮), ଆଶିଷ ମେହେର (୨୧), ରାକେଶ ଶାଶିନୀ (୨୦)। ଏସ୍‌ପି ଓ ବୁର୍ଲା ଏଡିପିଓଙ୍କ ତତ୍ତ୍ବାବଧାନରେ ବୁର୍ଲା ପୁଲିସ୍‌ ରାତାରାତି ଅଭିଯୁକ୍ତମାନଙ୍କ ଧରିବା ସହ ଘଟଣାରେ ବ୍ୟବହୃତ କାର ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ। ହତ୍ୟାକାଣ୍ଡରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ତଥା ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe