କେନ୍ଦୁଝର : ବେଆଇନ ଗୋରୁ ଚାଲାଣ ଘଟଣାରେ ୪ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

କେନ୍ଦୁଝର : ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଟାଉନ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚମ୍ପୁଆ ଅଞ୍ଚଳର ରାଜୀବ ପ୍ରଧାନ (୩୧), ରାଜେଶ ଗିରି (୨୧), କନ୍ଦର୍ପ ଗିରି (୩୫) ଓ ଅବନି କୁମାର ଗିରି(୩୬)। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ଆବେଦନ ଖାରଜ ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। କେନ୍ଦୁଝର ସହରର ଆଇନଜୀବୀ ଦେବାଶିଷ ପତିଙ୍କ ଅଭିଯୋଗକ୍ରମେ, ଟାଉନ ପୁଲିସ ଜୁଡ଼ିଆଘାଟିରୁ ୯୨୮ଟି ଗାଈ ଓ ବଳଦ ଉଦ୍ଧାର କରିଥିଲା। ଉଦ୍ଧାର ଗୋରୁ ଗୁଡ଼ିକୁ କରଞ୍ଜିଆ ଗୋଶାଳାକୁ ପଠାଇ ଦିଆଯାଇଛି। ଏନେଇ ଟାଉନ ଥାନାରେ କେସ୍‌ ନଂ ୩୫/୨୩.୦୧.୨୦୨୧ ଦଫା ୪୨୯, ୩୭୯, ୪୧୧, ୩୪ ଆଇପିସି, ୧୧ ପ୍ରିଭେନସନ୍ ଅଫ୍ (କ୍ରୁଏଲିଟି) ଆନିମଲ ଆକ୍ଟ, ସେକ୍ସନ(୭) କାଓ ସ୍ଲଟର ଆକ୍ଟରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe