ମୟୂରଭଞ୍ଜ: ବେଆଇନ୍‌ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ୨ ବଜ୍ରକାପ୍ତା ଉଦ୍ଧାର

Advertisment
ମୟୂରଭଞ୍ଜ: ବେଆଇନ୍‌ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ୨ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର/ବାରିପଦା: ମୟୂରଭଞ୍ଜରୁ ବେଆଇନ୍‌ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୁବନେଶ୍ୱର ଏସ୍‌ଟିଏଫ୍‌ ଏସ୍‌ପି (କ୍ରାଇମ୍‌ ବ୍ରାଞ୍ଚ) ଡ. ସତ୍ୟଜିତଙ୍କ ନିର୍ଦ୍ଦେଶରେ ପୁଲିସ ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଅମ୍ବାଡିହ ଗ୍ରାମର ସନ୍ଦେହପୂର୍ଣ୍ଣ ଏକ ଘର ଉପରେ ଚଢ଼ାଉ କରିଥିଲା।

ଚଢ଼ଉ ସମୟରେ ପୁଲିସ ୨ଟି ଜୀବନ୍ତ ବଜ୍ରକାପ୍ତା ଜବତ କରିଛି, ଯାହାର ଓଜନ ୧୩ କିଲୋ ହେବ। ଏହି ଘଟଣା ସହିତ ଜଡ଼ିତ ଅଭିଯୁକ୍ତ ଅମ୍ବାଡିହ ବାଲିଆ ଆନ୍ଧ୍ରା ଜୁଦିଆ, ବସ୍ତା ଅଂଚଳର ମନୁଦିଆ ଗ୍ରାମର ଦେବେନ୍ଦ୍ର ଦାସ, ଅମ୍ବାଡାଲି ଗ୍ରାମର ଜନ୍ମେଜୟ ନାଏକ ଓ କପ୍ତିପଦା ଅଂଚଳର ଚକ୍ରଧରପୁର ଗ୍ରାମର ରଘୁନାଥ ବେହେରାଙ୍କୁ ଗିରଫ କରିଛି।

ଇନସପେକ୍ଟର ପ୍ରଜ୍ଞା ଜେନାଙ୍କ ନେତୃତ୍ୱରେ ଏସ୍‌ଆଇ ତୃପ୍ତି ଏବଂ ନୀଳକଣ୍ଠ ଚଢ଼ଉ ଟିମ୍‌ରେ ସାମିଲ ଥିଲେ। ପୁଲିସ କହିଛି ବଜ୍ରକାପ୍ତା ଚାଲାଣ ପାଇଁ ଅଭିଯୁକ୍ତମାନେ ୨୨ ଲକ୍ଷ ଟଙ୍କାର ଡିଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe