ନାବାଳିକାଙ୍କ ନରକଙ୍କାଳ ଠାବ ଘଟଣାରେ ୪ ଗିରଫ: ଗଣଦୁଷ୍କର୍ମ ପରେ ଛୁରି ଭୁସି ହତ୍ୟା

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଗତ ଶନିବାର ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଥିବା ବେଳେ ଗତକାଲି ମୃତକଙ୍କ ପରିଚୟ ମିଳିଥିଲା।

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଗତ ଶନିବାର ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଥିବା ବେଳେ ଗତକାଲି ମୃତକଙ୍କ ପରିଚୟ ମିଳିଥିଲା।

rape

ଫୁଲବାଣୀ/ଟିକାବାଲି: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟ କେଟାମଣି ପାହାଡ଼ ତଳୁ ଗତ ଶନିବାର ଏକ ନରକଙ୍କାଳ ଓ ଖପୁରି ଠାବ ହୋଇଥିବା ବେଳେ ଗତକାଲି ମୃତକଙ୍କ ପରିଚୟ ମିଳିଥିଲା। ମୃତକଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଜଣେ ନାବାଳିକା ଓ ସେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ। ପୁଲିସର ତଦନ୍ତରୁ ଏହା ଏକ ଗଣଦୁଷ୍କର୍ମ ଓ ହତ୍ୟା ବୋଲି ସ୍ପଷ୍ଟ ହୋଇଛି।  ଅପହରଣ, ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଟିକାବାଲି ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ଚକାପାଦ ବ୍ଲକ୍ ଶଙ୍କରାଖୋଲ ପଞ୍ଚାୟତ ଗୁଡ୍ରିଗାଁ ଗ୍ରାମର ବିଜୟ କୁମାର ନାୟକ (୨୧) ସମେତ ତା’ର ୩ ଜଣ ସହଯୋଗୀ ସଞ୍ଜୀବ ସାହୁ, ଦୀପକ ସାହୁ ଓ ଚନ୍ଦନ ସେଠୀକୁ ଗିରଫ କରିଛି। ସେମାନଙ୍କଠୁ ଏକ କାର୍ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ସୋରଡ଼ା ପୁଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଗତମାସ ୨୭ ତାରିଖରେ ଛାତ୍ରୀଜଣକ ଟ୍ୟୁସନ୍‌କୁ ଯାଇଥିଲେ। ସେହିଦିନ ସନ୍ଧ୍ୟା ୬ଟାରେ ତାଙ୍କ ପ୍ରେମିକ ବିଜୟ ଶଙ୍କରାଖୋଲ ଆସିବାକୁ ଡାକିଥିଲା। ଦୁଇ ସାଙ୍ଗ ସଞ୍ଜୀବ ଓ ଦୀପକ ସହ ମିଶି କାର୍‌ରେ ଉଭୟ ଶଙ୍କରାଖୋଲରେ ପହଞ୍ଚିଥିଲେ। କିଛି ସମୟ ପରେ ଶଙ୍କରାଖୋଲରୁ ସମସ୍ତେ ସାରଙ୍ଗଗଡ଼ ଯାଇ ସେଠାରେ କିଛି ଫଳ ସହ ଏକ ଛୁରି କିଣି ଦାରିଙ୍ଗବାଡ଼ି ପାର୍କ ଅଭିମୁଖେ ବାହାରିଥିଲେ। କିନ୍ତୁ ପାର୍କ ବନ୍ଦ ଥିବାରୁ ସମସ୍ତେ କାର୍‌ରେ ସୋରଡ଼ା ଥାନା ଗାଜଲବାଡ଼ି ଜଙ୍ଗଲକୁ ପଳାଇଥିଲେ। ବିଜୟ, ସଞ୍ଜୀବ ଓ ଦୀପକ ସେଠାରେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ସେତେବେଳକୁ ରାତି ୧୦ଟା ବାଜିଯାଇଥିଲା। ସମସ୍ତେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଛୁରିରେ ଭୁସି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଇଥିଲେ। ଏହାପରେ ବିଜୟ ଓ ତା’ର ଦୁଇ ସହଯୋଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ରହୁଥିବା ଭିଣୋଇ ଚନ୍ଦନର ଘର ଆଶ୍ରୟ ନେଇଥିଲେ। 

ପ୍ରମାଣ ନଷ୍ଟ କରିବାକୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇଥିଲେ
ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ

ସେପଟେ ଛାତ୍ରୀଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା‌ଖୋଜି କରିବା ସହ ସଂପର୍କୀୟମାନଙ୍କୁ ପଚରାଉଚରା କରିଥିଲେ। କିନ୍ତୁ କୌଣସି ଖୋଜ୍‌ଖବର ନ ମିଳିବାରୁ ଟିକାବାଲି ଥାନାରେ ଚଳିତମାସ ୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ତେବେ ଗତ ଶନିବାର  ସୋରଡ଼ା ଥାନା  କେଟାମଣି ପାହାଡ଼ ତଳୁ ନରକଙ୍କାଳ ମିଳିବା ପରେ ଟିକାବାଲି ପୁଲିସ ସଂପୃକ୍ତ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ କରିଥିଲା। ପୁଲିସ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ପଚରାଉଚରା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ନିଜ ଦୋଷ ସ୍ବୀକାର କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଟିକାବାଲି ଥାନାଧିକାରୀ ରବୀନ୍ଦ୍ର କୁମାର ହେମ୍ବ୍ରମ ଓ ସୋରଡ଼ା ଥାନାଧିକାରୀ କୈଳାସ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେହିପରି ଟିକାବାଲି ଥାନାରେ ନିଖୋଜ ମାମଲା ହତ୍ୟା ମାମଲା (କେସ୍ ନମ୍ବର ୧୩୩/୨୫)କୁ ରୂପାନ୍ତର ହୋଇଛି। 

ଅନ୍ୟପକ୍ଷରେ ଏହି ସ୍ପର୍ଶକାତର ଘଟଣା ସାମନାକୁ ଆସିବା ପରେ ଟିକାବାଲି ଅଞ୍ଚଳବାସୀ ସ୍ତବ୍ଧ ପାଲଟିଯାଇଛନ୍ତି। ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତାକାଲି ୧୨ଘଣ୍ଟିଆ ଟିକାବାଲି ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଟିକାବାଲିର ବଣିକ ସଂଘ, ଅଟୋ ସଂଘ, ଟ୍ରାକ୍ଟର୍ ଚାଳକ ସଂଘ ଏବଂ ଅନ୍ୟାନ୍ୟ କିଛି ସଂଘ ମିଳିତ ଭାବେ ବୈଠକ କରିଥିଲେ। ବନ୍ଦ ଡାକରାକୁ ସଫଳ କରିବାକୁ ବଣିକ ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା ଆହ୍ବାନ ଦେଇଛନ୍ତି। ନାରୀ ସୁରକ୍ଷା ମହିଳା ମହାସଂଘ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ସମେତ ବିଭିନ୍ନ ସଂଗଠନ ବନ୍ଦ ଡ‌ାକରାକୁ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe