କୋରେକ୍ସ ବିକି ଲେଡି ଡନ୍‌ ସମେତ ୪ ଗିରଫ

ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ପୁରୀ : ବାସେଳି ସାହି ଥାନା ଅଞ୍ଚଳରେ ଜଣେ ଲେଡି ଡନ୍‌ ବେଆଇନ ଭାବେ ନିଶା କାରବାର କରୁଥିଲା। କେତେକ ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସେ ଏହି ବ୍ୟବସାୟ କରୁଥିବା ନେଇ ପୁଲିସ ପାଖରେ ଖବର ଥିଲା। ଏପରିକି ଏହି ଲେଡି ଡନ୍‌ ଜଣକ ପୂର୍ବରୁ ଅନେକ ଥର ଗିରଫ ହୋଇସାରିଥିବା ନେଇ ପୁଲିସ କହିଛି।

ସେହିପରି ବାସେଳି ସାହି ଥାନା ଅନ୍ତର୍ଗତ ବାଲି ସ୍କୁଲ ନିକଟ‌ରେ ରହୁଥିବା କାହ୍ନୁ ଓରଫ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ(୨୨)କୁ ପ୍ରେମ ବିବାହ କରିଥିବା ପିପିଲି ଡେଲଟା କଲୋନୀର ଲେଡି ଡନ୍‌ ମାମା ଓରଫ ଲକ୍ଷ୍ମୀପ୍ରିୟା ବରାଳ(୨୨) କହିଛି। ଏହି ଦୁହେଁ ଏବଂ ଗୋଖା ସାହିର ବାବୁନା ରାକେଶ ବେହେରା(୨୦), ବାରବାଟି ନୂଆ ସାହିର ବାପି ଓରଫ ରାଜକିଶୋର ବେହେରା(୨୭) ମିଶି ଶୁକ୍ରବାର ଦିନ ମୁଦୁଲି ଯାଗା ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ବସି ବେଆଇନ ଭାବେ କୋରେକ୍ସ ବିକ୍ରି କରୁଥିଲେ।

ଶୁକ୍ରବାର ମଧ୍ୟାହ୍ନରେ ଏଏସ୍ଆଇ ଉପେନ୍ଦ୍ର ସେଠୀ ପାଟ୍ରୋଲିଂ କରୁଥିବା ବେଳେ ମୁଦୁଲି ଯାଗା ନିକଟରେ ପିପିଲିର ଜଣେ ଯୁବତୀ ସମେତ କେତେକ ନିଶା ବେପାରୀଙ୍କ ସହିତ ମିଶି କଫ ସିରଫ ବିକ୍ରି କରୁଥିବା ଖବର ମିଳିଥିଲା। ତେଣୁ ସେ ସଦଳବଳେ ସେଠାରେ ଚଢ଼ଉ କରିବାରେ ଘଟଣାସ୍ଥଳରୁ ୩୭ଟି କଫ ସିରଫ ଜବତ କରିଥିଲେ। ଘଟଣାସ୍ଥଳରୁ ପୁଲିସ ମାମା, କାହ୍ନୁ, ବାବୁନା ଓ ବାପିକୁ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ବାସେଳି ସାହି ଥାନାରେ ୬୮/୨୧ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଏହି ୪ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe