ନାଗପୁର ଫେରିବାଲାଙ୍କୁ ପାଣିକୋଇଲିରେ ହତ୍ୟା, ୪ ଭାଇ ମିଶି ହାଣିଦେଲେ

Advertisment
ଗଞ୍ଜାମ ପୁଲିସ ଜିଲ୍ଲାର ୨୦୨୦ ଅପରାଧ ଗ୍ରାଫ୍‌ : ବର୍ଷକରେ ୬୧ ହତ୍ୟା, ୧୧୭ ଦୁର୍ଷ୍କମ ମାମଲା

DNA India

ପାଣିକୋଇଲି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାଗପୁରର ଜଣେ ଫେରିବାଲାକୁ ଓଡ଼ିଶାରେ ହତ୍ୟା କରାଯାଇଛି। ନାଗପୁର ଅଞ୍ଚଳର ଚାରି ଭାଇ ଓଡ଼ିଶା ଆସି ପାଣିକୋଇଲି ଥାନା ଅନ୍ତର୍ଗତ ମା ତାରିଣୀ ମହାବିଦ୍ୟାଳୟ ପଛପଟ ପଡିଆରେ ତମ୍ବୁମାରି ରହୁଥିବା ଫେରିବାଲାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମୃତ ଯୁବକ ଜଣକ ହେଲେ ମନୋଜ ପାୱାର। ମନୋଜଙ୍କ ପତ୍ନୀ ଚିଞ୍ଜର ପାୱାରଙ୍କ ଅଭିଯୋଗ କ୍ରମେ ପାଣିକୋଇଲି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳର ମନୋଜ ପାୱାର, ତାଙ୍କ ସ୍ତ୍ରୀ ଚିଞ୍ଜର ପାୱାର କିଛି ଦିନ ହେବ ପାଣିକୋଇଲି କଲେଜ ପାଖ ପଡ଼ିଆରେ ତମ୍ବୁ ମାରି ରହିବା ସହିତ ବିଭିନ୍ନ ସ୍ଥାନରେ ଫେରି କରୁଥିଲେ। ଦୀର୍ଘ ୧୦ ବର୍ଷ ହେଲା ଓଡ଼ିଶାର ସହର ସହର ବୁଲି ବିଭିନ୍ନ ପ୍ରକାର ମାଳି ବିକ୍ରି କରି ଚଳିଥାନ୍ତି। ମନୋଜଙ୍କ ପରିବାର ସହିତ ଅନ୍ୟ ଏକ ପରିବାରର ଶତ୍ରୁତା ଲାଗି ରହିଥିଲା। ପୂର୍ବରୁ ସେମାନେ ମନୋଜଙ୍କ ବାପାଙ୍କୁ ହତ୍ୟା କରିଥିଲେ। ସେବେଠାରୁ ମନୋଜ ସ୍ତ୍ରୀ ପିଲାଙ୍କୁ ଧରି ଓଡ଼ିଶା ଚାଲି ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଚପଲତା ଭୋସଲେ, ତନିର ଭୋସଲେ, କାଲେସ୍ବରୀ ଭୋସଲେ ଓ ଖୁବାନୀ ଭୋସଲେ ପ୍ରମୁଖ ୪ ଭାଇ ପାଣିକୋଇଲି କଲେଜ ପାଖ ପଡ଼ିଆରେ ପହଞ୍ଚି ମନୋଜଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ତ୍ରୀ ଚିଞ୍ଜରଙ୍କ ଚିତ୍କାର ଶୁଣି ଆଖପାଖରେ ରହୁଥିବା ଲୋକେ ରୁଣ୍ଡ ହୋଇଯିବାରୁ ଆକ୍ରମଣକାରୀ ସ୍ଥାନ ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ପାଣିକୋଇଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମନୋଜକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ମନୋଜଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe