ବାରୁଦ ନିଆଁରେ ୪ ଶିଶୁ ଗୁରୁତର

Advertisment
ବାରୁଦ ନିଆଁରେ ୪ ଶିଶୁ ଗୁରୁତର

ଚଣ୍ଡିଖୋଲ : ବାରୁଦରେ ନିଆଁ ଲଗାଉଥିବା ବେଳେ ପୋଡ଼ିଯାଇ ୪ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ କଳାଶ୍ରୀ ଗ୍ରାମର ଅଶୋକ ବେହେରାଙ୍କ ଘରେ କେତୋଟି ଗଡ଼ମା ବାଣ ମହଜୁଦ୍‌ ଥିଲା। ଏହିସବୁ ଆଜି ରାତିରେ ଡଙ୍ଗା ଭସା ବେଳେ ଫୁଟା ଯାଇଥା’ନ୍ତା। ମାତ୍ର ଅଶୋକଙ୍କ ଦୁଇ ପୁଅ ଅଭିଜିତ୍‌ (୧୦) ଓ କିଶୋର (୬) ଘରୁ ଗୋଟିଏ ଗଡ଼ମା ଲୁଚାଇ ନେଇଥିଲେ। ଗଡ଼ମାଟିକୁ ନେଇ ସୌମ୍ୟରଂଜନ ବେହେରାଙ୍କ ପୁଅ ଜଳଧର ଓରଫ ବଣ୍ଟି(୧୨) ଏବଂ ଅନ୍ୟ ଜଣେ ସାଙ୍ଗ ଧରଣୀ (୭) ସହ ତାଙ୍କ ବାଡ଼ି ଭିତରକୁ ଚାଲି ଯାଇଥିଲେ। ସେଠାରେ ସେମାନେ ଗଡ଼ମାରୁ ସୁତୁଲି ଖୋଲିଥିଲେ। ସେଥିରେ ଥିବା ବାରୁଦ୍‌କୁ ଅଲଗା କରି ସେଥିରେ ନିଆଁ ଲଗାଇ ଦେଇଥିଲେ। ବାରୁଦରେ ନିଆଁ ଲାଗିବା କ୍ଷଣି ସେସବୁ ଜଳି ଉଠିଥିଲା। ବାରୁଦ ନିଆଁ ଓ ଧୂଆଁରେ ପୋଡ଼ି ହୋଇ ୪ ଜଣ ଶିଶୁ ପୋଡ଼ି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe