ଦିନ ଦ୍ବିପ୍ରହରରେ ୪ ଶିଶୁଙ୍କୁ ଅପହରଣ! ଚକ୍‌ଲେଟ୍‌ ଦେବ କହି ନେଇଯାଉଥିଲା

ଦିନ ଦ୍ବିପ୍ରହରରେ ପିଲାଚୋରି ଉଦ୍ୟମ।  ଜଣେ କି ଦୁଇଜଣଙ୍କୁ ନୁହେଁ, ଏକକାଳୀନ ୪ଜଣ ଶିଶୁଙ୍କୁ ବାଇକ୍‌ରେ ଉଠାଇ ନେଉଥିଲା ଅଭିଯୁକ୍ତ। ତେବେ ଅଧିକ ବାଟ ଯିବା ପୂର୍ବରୁ ଧରାପଡ଼ିଗଲା। ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଲେ ସ୍ଥାନୀୟ ଗ୍ରାମବାସୀ।

ପ୍ରେମିକକୁ ବାନ୍ଧି ପିଟିଲେ

ବୈଶିଙ୍ଗା: ଦିନ ଦ୍ବିପ୍ରହରରେ ପିଲାଚୋରି ଉଦ୍ୟମ।  ଜଣେ କି ଦୁଇଜଣଙ୍କୁ ନୁହେଁ, ଏକକାଳୀନ ୪ଜଣ ଶିଶୁଙ୍କୁ ବାଇକ୍‌ରେ ଉଠାଇ ନେଉଥିଲା ଅଭିଯୁକ୍ତ। ତେବେ ଅଧିକ ବାଟ ଯିବା ପୂର୍ବରୁ ଧରାପଡ଼ିଗଲା। ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଲେ ସ୍ଥାନୀୟ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ତଥା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏମିତି ଚାଞ୍ଚଲ୍ୟକର ଘଟଣା।

ସୂଚନା ଅନୁଯାୟୀ; ତିଳଦା ଗ୍ରାମର ଏହି ୪ଜଣ ଶିଶୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ମଧ୍ୟାହ୍ନରେ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ହେବାରୁ ୪ଜଣ ଯାକ ସାଙ୍ଗହୋଇ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଅଟକାଇଥିଲା ନଡ଼ପୁର ଉପକଣ୍ଠ ଦଲକି ଗ୍ରାମର ଉପେନ୍ଦ୍ର ପାତ୍ର। ଆଜି ନିଜର ଜନ୍ମଦିନ ଅଛି, ତେଣୁ ଭଳିକି ଭଳି ଚକ୍‌ଲେଟ୍‌ ଦେବ କହି ସମସ୍ତଙ୍କୁ ନିଜ ଓଡି-୧୧ୟୁ-୯୪୯୮ନଂ ବିଶିଷ୍ଟ ଏକ ବାଇକ୍‌ରେ ବସାଇ ବୈଶିଙ୍ଗା ରାସ୍ତାରେ ଯାଇଥିଲା। ବାଟରେ ମୁରକୁଣ୍ଡିଆ ଛକ ନିକଟରେ ବାଇକ୍‌ରେ ପେଟ୍ରୋଲ ପକାଇ ପୁଣି ଆଗକୁ ବଢ଼ିଥିଲା। ତେବେ ଉପେନ୍ଦ୍ରଙ୍କ ଆଚରଣ ଓ ଗୋଟିଏ ବାଇକ୍‌ରେ ୪ଜଣ ପିଲାଙ୍କୁ ଦେଖି ଦୋକାନୀଙ୍କ ସନ୍ଦେହ ହୋଇଥିଲା। ସେ ତିଳଦା ଗ୍ରାମବାସୀଙ୍କୁ ଏନେଇ ଖବର ଦେଇଥିଲେ। କିଛି ଗ୍ରାମବାସୀ ତୁରନ୍ତ ଉପେନ୍ଦ୍ରଙ୍କ ପିଛା କରିଥିଲେ। ତେବେ ସେମାନେ ପହଞ୍ଚିବା ପୂର୍ବରୁ ବୈଶିଙ୍ଗା ରାସ୍ତାର ଜୁଗୁପୁରା ଛକରେ ଉପେନ୍ଦ୍ରକୁ ଧରି ପକାଇଥିଲେ ଉକ୍ତ ଛକର କିଛି ଦୋକାନୀ। ପରେ ତିଳଦା ଗ୍ରାମବାସୀ ସେଠାରେ ପହଞ୍ଚି ୪ ଶିଶୁଙ୍କୁ ଉଦ୍ଧାର କରିବା ସହିତ ଉପେନ୍ଦ୍ରଙ୍କୁ ରାସ୍ତାକଡ଼ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ବୈଶିଙ୍ଗା ପୁଲିସ ପହଞ୍ଚି ଉପେନ୍ଦ୍ରଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉପେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲା। ତେବେ ସେ ହଠାତ୍‌ କଣ ପାଇଁ ୪ ଶିଶୁଙ୍କୁ ଅପହରଣ ଉଦ୍ୟମ କଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ କହିଛନ୍ତି, ଆମେ ଉପେନ୍ଦ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ତଦନ୍ତ ଚଳାଇଛୁ। ଲିଖିତ ଅଭିଯୋଗ ମିଳିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe