ଉଡାଣ ଯୋଜନାରେ ସାମିଲ ହେଲା ରାଜ୍ୟର ୪ ସହର

ଉଡାଣ ଯୋଜନାରେ ସାମିଲ ହେଲା ରାଜ୍ୟର ୪ ସହର

Photo by : .yumigo.com

ଭୁବନେଶ୍ବର : ଉଡ଼ାଣ ଯୋଜନାରେ ସାମିଲ ହୋଇଛି ଓଡ଼ିଶାର ଆଉ ୪ଟି ସହର। ବାରିପଦା, କୋଣାର୍କ, ହୀରାକୁଦ ଓ ମାଲକାନଗିରି ଏହି ତାଲିକାରେ ରହିଛି। ପୂର୍ବରୁ ଏହି ଯୋଜନାରେ ଉତ୍‌କେଲା, ରାଉରକେଲା, ଜୟପୁର ସାମିଲ ହୋଇଥିଲେ ମଧ୍ୟ ଏହି ସହରଗୁଡ଼ିକୁ ଉଡାଣ ଆରମ୍ଭ ହୋଇ ପାରି ନାହିଁ। କେନ୍ଦ୍ର ସରକାରଙ୍କ ଉଡ଼ାଣ ୫.୦ ଯୋଜନାରେ ଦେଶର ୫୪ଟି ସହରକୁ ସାମିଲ କରିବାକୁ ଯୋଜନା ରହିଛି। ବିଶେଷ କରି ଧାର୍ମିକ ସ୍ଥଳ ଓ ପର୍ଯ୍ୟଟନସ୍ଥଳକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ଯୋଜନା ଅଧୀନରେ ଏୟାରଷ୍ଟ୍ରିପ ନିର୍ମାଣ କରାଯିବା ସହ ସହରଗୁଡ଼ିକୁ ବେସମାରିକ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ ଏବେ ଓଡ଼ିଶାର ଦୁଇଟି ବିମାନବନ୍ଦର ଭୁବନେଶ୍ଵର ଓ ଝାରସୁଗୁଡ଼ାକୁ ବିମାନ ଚଳାଚଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe