ହଷ୍ଟେଲରେ ଚତୁର୍ଥ ‌ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ୱାର୍ଡେନ୍‌, ନ୍ୟାୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ଅଭିଭାବକ

Advertisment
ହଷ୍ଟେଲରେ ଚତୁର୍ଥ ‌ଶ୍ରେଣୀ ଛାତ୍ରକୁ ଚପଲରେ ପିଟିଲେ ୱାର୍ଡେନ୍‌, ନ୍ୟାୟ ଦାବିରେ ପ୍ରଶାସନର ଦ୍ବାରସ୍ଥ ହେଲେ ଅଭିଭାବକ

ନୂଆପଡ଼ା: ସରକାରୀ ହଷ୍ଟେଲ ‘ଅନ୍ବେଷା’ରେ ଜଣେ ଚତୁର୍ଥ ‌ଶ୍ରେଣୀ ଛାତ୍ରକୁ ୱାର୍ଡେନ୍‌ ଚପଲେ ପିଟିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ପରେ କାର୍ଯ୍ୟନୁଷ୍ଠାନ ପାଇଁ ଅଭିଭାବକମାନେ ନୂଆପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦକିଶୋର ତାଣ୍ଡିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଜି ଅଭିଭାବକମାନେ ଶ୍ରୀ ତାଣ୍ଡିଙ୍କୁ ଭେଟି ୱାର୍ଡେନ୍‌ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ପ୍ରକାଶ ଯେ ଜିଲ୍ଲାର ଖରିଆରରୋଡ଼ଠାରେ ଥିବା ଅନ୍ବେଷା ହଷ୍ଟେଲରେ ରହି ଗୋତମା ଗ୍ରାମର ଶୋଭାରାମ ମହାନନ୍ଦଙ୍କ ପୁଅ ଅପୁ ଲଛମନ ମହାନନ୍ଦ ଚତୁର୍ଥ ଶ୍ରେଣୀରେ ପଢୁଛି। ଚଳିତ ମାସ ୧୪ ତାରିଖ ଦିନ ଶୋଭାରାମ ନିଜ ପୁଅକୁ ଆଣିବା ପାଇଁ ହଷ୍ଟେଲକୁ ଯାଇଥିଲେ। ଏହି ସମୟରେ ପୁଅ ଲଛମନ ବାପାଙ୍କ ପାଖରେ କାନ୍ଦିଥିଲା। କ’ଣ ହେଲା ବୋଲି ବାପା ପଚାରିବାରୁ ପୁଅଟି କହଥି‌ଲା ଯେ, ମୋତେ ହଷ୍ଟେଲର ଦିଦି (ୱାର୍ଡେନ୍‌) ଚପଲରେ ମାଡ଼ ମାରିଛନ୍ତି। ପରେ ସେ ପୁଅକୁ ନେଇ ଘରକୁ ଚାଲିଯାଇଥିଲେ।

ଏହି ଘଟଣାକୁ ନେଇ ଆଜି ଅଭିଭାବକମାନେ ନୂଆପଡ଼ା ମଙ୍ଗଳ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିଲା ପରେ ମଙ୍ଗଳ ଅଧିକାରୀ କହିଛନ୍ତି, ଏ ସଂପର୍କରେ ମୁଁ ଜାଣି ନଥିଲି। ବର୍ତ୍ତମାନ ଆପଣମାନଙ୍କ ଠାରୁ ଶୁଣୁଛି। ଯଦି ୱାର୍ଡେନ୍‌ ଛାତ୍ରଙ୍କୁ ଚପଲରେ ମାଡ଼ ମାରିଛନ୍ତି, ଏହି ଘଟଣା ଉପରେ ତଦନ୍ତ କରାଯିବ। ଛାତ୍ରକୁ ୱାର୍ଡେନ୍‌ ଚପଲମାଡ଼ କରିଥିବା ନେଇ ପ୍ରମାଣିତ ହେଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅଭିଭାବକମାନଙ୍କୁ ଶ୍ରୀ ତାଣ୍ଡି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe