ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ କୋର୍ଟ

Advertisment

କଟକ ସଦର, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଖୋଲିବ କୋର୍ଟ

କଟକ ସଦର, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଖୋଲିବ କୋର୍ଟ

ପେନ୍‌ସନ୍‌ ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ୮ରୁ

Kenyan Wallstreet

ଭୁବନେଶ୍ୱର : ରାଜ୍ୟରେ ବାଣିଜ୍ୟିକ ମାମଲାଗୁଡ଼ିକର ତ୍ବରିତ୍‌ ଫଇସଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସୁପାରିସ ଓ ପରାମର୍ଶ କ୍ରମେ ରାଜ୍ୟ ସରକାର ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବେ। କଟକ ସଦର, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରିବା ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏସବୁ କୋର୍ଟଗୁଡ଼ିକ ସିଭିଲ ଜଜ୍‌ (ସିନିୟର୍‌ ଡିଭିଜନ୍‌) ପାହ୍ୟାର ହେବ। ଓଡ଼ିଶା ସିଭିଲ୍‌ କୋର୍ଟ୍‌ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ର ଉପଧାରା (୧) କ୍ଷମତା ପ୍ରୟୋଗ କରି ବାଣିଜ୍ୟିକ କୋର୍ଟ ୨୦୧୫ ଅନୁଯାୟୀ ଏହି କୋର୍ଟ୍‌ଗୁଡ଼ିକୁ ପ୍ରତିଷ୍ଠା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଦେଓ୍ବାନି ମାମଲା ବିଚାର ପାଇଁ ପୂର୍ବରୁ ଏହି ସବୁ ସ୍ଥାନରେ ସିଭିଲ ଜଜ୍‌ (ସିନିୟର୍‌ ଡିଭିଜନ୍‌) କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ଏବେ ବାଣିଜ୍ୟିକ କୋର୍ଟଗୁଡ଼ିକ ପାଇଁ ସିଭିଲ୍‌ ଜଜ୍‌ (ସିନିୟର୍‌ ଡିଭିଜନ୍‌) କ୍ୟା଼ଡରର ବିଚାରପତି ଓ ଅଧିକାରୀ ନିଯୁକ୍ତ ହେବେ। କଟକ ସଦର ବାଣିଜ୍ୟିକ କୋର୍ଟର ସୀମା କଟକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ରହିଥିବା ବେଳେ ଭୁବନେଶ୍ବର ବାଣିଜ୍ୟିକ କୋର୍ଟରେ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟିକ ମାମଲା ବିଚାର ହେବ। ସେହିପରି ବ୍ରହ୍ମପୁର ବାଣିଜ୍ୟିକ କୋର୍ଟରେ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର ମାମଲାଗୁଡ଼ିକ ବିଚାର ହେବ। ସମ୍ବଲପୁର ବାଣିଜ୍ୟିକ କୋର୍ଟରେ ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ମାମଲାଗୁଡ଼ିକ ବିଚାର କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe