ଚାରି କଫ ସିରଫ ବେପାରୀ ଗିରଫ

Advertisment

୫୦ଟି କଫ ସିରଫ, ଅଟୋ, ବାଇକ, ୪ ମୋବାଇଲ ଜବତ

୫୦ଟି କଫ ସିରଫ, ଅଟୋ, ବାଇକ, ୪ ମୋବାଇଲ ଜବତ

ଚାରି କଫ ସିରଫ ବେପାରୀ ଗିରଫ

ପୁରୀ : ପୁରୀରେ ବେଆଇନ ଭାବେ ବହୁ ମାତ୍ରାରେ କଫ ସିରଫ ବିକ୍ରି ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେବାରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନିଶା ବେପାରୀମାନଙ୍କୁ ଧରି ଜେଲ ପଠାଉଛି। ସେହିପରି ଟାଉନ ଥାନା ପୁଲିସ ଗୁରୁବାର ଦୁଇଟି ଗ୍ୟାଙ୍ଗକୁ ଗିରଫ କରିଛି। ଏନେଇ ପୁଲିସ ଦୁଇଟି ମାମଲା ରୁଜୁ କରି ଚାରି ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ଟି କଫ ସିରଫ, ଗୋଟିଏ ଅଟୋ, ଗୋଟିଏ ବାଇକ ଓ ଚାରୋଟି ମୋବାଇଲ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁରୀ ଟାଉନ ଥାନା ଇଲାକାରେ କେତେକ ବେପାରୀ ଜଗନ୍ନାଥ ବଲ୍ଳଭ ମଠ ଏବଂ ପୋଖରିଆରେ ନିଶା କାରବାର କରୁଥିବା ଖବର ମିଳିଥିଲା। ତେଣୁ ପୁଲିସ ଏହି ଦୁଇଟି ସ୍ଥାନରେ ଚଢ଼ଉ କରି ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ ଛପନ ଛକ ନିବାସୀ ବାବୁନି ଓରଫ ସତ୍ୟନାରାୟଣ ତ୍ରିପାଠୀ(୨୬), ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ନିବାସୀ ସମୁ ଓରଫ ସୁରେଶ ମହାପାତ୍ର(୨୨), କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଚନ୍ଦନ ଲଜ୍‌ ନିକଟରେ ରହୁଥିବା ସେକ୍‌ ଫକୀର(୩୦) ଏବଂ ଟାଉନ ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣର ରକି ଓରଫ ରବିନାରାୟଣ ମେକାପ(୨୮)କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଓଡି-୦୨-ଏୱାଇ-୨୬୬୦ ନମ୍ବର ବିଶିଷ୍ଟ ଅଟୋ, ଓଡି-୦୨-ବିକ୍ୟୁ-୪୧୬୬ ନମ୍ବର ବିଶିଷ୍ଟ ଏକ ପଲସର ଗାଡ଼ି, ୫୦ଟା ‌କଫ ସିରଫ ଏବଂ ଚାରୋଟି ମୋବାଇଲ ଜବତ କରିଥିଲା।

ଏ ସଂକ୍ରାନ୍ତରେ ୧୪୪/୨୧ ଏବଂ ୧୪୫/୨୧ ନମ୍ବରରେ ଦୁଇଟି ମାମଲା ରୁଜୁ କରି ପୁଲିସ ଏହି ଚାରି ଜଣ କଫ ସିରଫ ବେପାରୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe